ଜୀବନ ନେଲା ପାଇଖାନା; ଫଲ୍ସ ଖସି ୩ ଶ୍ରମିକ ମୃତ

ସତ୍ୟପାଠ ବ୍ୟୁରୋ : ପାଇଖାନା ସେଫ୍ଟିକ ଟାଙ୍କି କାମ କରୁଥିବା ବେଳେ ଫଲ୍ସ ଖସି ୩ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ପାଣ୍ଡରାରେ ଘଟିଛି ଏହି ଅଭାବନୀୟ ଘଟଣା ।

ହଠାତ ଫଲ୍ସ ଖସିବା ଦ୍ୱାରା ତା ତଳେ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ବିଭୁରାମ ମଣ୍ଡଳ, ସମୀରନ ମୁନିଆନ ଓ ବାସୁଦେବ ମଣ୍ଡଳ । ସମସ୍ତ ମୃତକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Related Posts