ସରିଲା ମାଟ୍ରିକ ପରୀକ୍ଷା, ଏପ୍ରିଲ ୩ରୁ ଆରମ୍ଭ ହେବ ଖାତା ଦେଖା

ଭୁବନେଶ୍ୱର,୨୦/୩(ସତ୍ୟପାଠ ବ୍ୟୁରୋ): ସରିଲା ମାଟ୍ରିକ ପରୀକ୍ଷା। ଏପ୍ରିଲ ୩ରୁ ଆରମ୍ଭ ହେବ ଖାତା ଦେଖା । ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ଯିବ । ତେବେ ୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ଦେଇଛନ୍ତି ।

ସେପଟେ, ଆଜି ପରୀକ୍ଷାର ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା । କେତକ ସ୍ଥାନରେ ପରୀକ୍ଷା ସେଂଟରରେ ଅନିୟମତିତା ଦେଖିବାକୁ ମିଳଥିଲା । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିଲା। ତେବେ କେତେକ ସ୍ଥାନରୁ ପ୍ରଶ୍ନପତ୍ର ଲିକ୍ ର ଅଭିଯୋଗ ଆସିଥିଲେ ମଧ୍ୟ ବୋର୍ଡ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Related Posts