ଭୁବନେଶ୍ୱର,୨୨/୩(ସତ୍ୟପାଠ ବ୍ୟୁରୋ): ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଲାଗିଲା ଅଦାଲତି ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ଖାରଜ କଲେ ହାଇକୋର୍ଟ । ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ବିରୋଧ କରି ରିଟ୍ ପିଟିସନ ଦାୟର କରିଥିଲେ ବର୍ଷା ପ୍ରିୟଦର୍ଶିନୀ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଏହି ଷ୍ଟାର କପଲଙ୍କ କଳି ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।ଖୋଦ୍ ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି କହିଥିଲେ ଯେ, ତୁମକୁ ହାତ ଯୋଡି ଅନୁରୋଧ ମୋ ଜୀବନରୁ ଦୂରେଇ ଯାଅ । ଅନୁଭବ ଲେଖିଥିଲେ ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ତୁମକୁ ମୁଁ ହାତଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ । ମହାପ୍ରଭୁ ତୁମର ମଙ୍ଗଳ କରିବେ । ଟୁଇଟରରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଛନ୍ତି । ତେବେ ଏ ପ୍ରସଙ୍ଗରେ ବର୍ଷା ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।





