ବେଗୁନିଆ ଛକ ନିକଟରେ ଅଟୋକୁ ଧକ୍କା ଦେଲା ୧୦ ଚକିଆ ଟ୍ରକ୍‌: ୨ ମୃତ ୩ ଗୁରୁତର

କରଞ୍ଜିଆ :୪୯ ନଂ ଜାତୀୟ ରାଜପଥ ବଡ଼ ବେଗୁନିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଅଟୋକୁ ଧକ୍କା ଦେଇଛି ୧୦ ଚକିଆ ଟ୍ରକ୍‌। ଏହି ଦୁର୍ଘଟଣାରେ ୨ ମୃତ ୩ ଗୁରୁତର। ଗୁରୁତାରଙ୍କୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଖବର ଅନୁସାରେ, ମୃତକ ବେଗୁନିଆ ଗାଁର ଲବ ସିଂ ଓ ଗୌର ମୋହନ ହୋ। ସେମାନେ ଯଶୀପୁରରୁ ଘରକୁ ଫେରିବାବେଳେ ଏପରି ଦୁର୍ଘଟଣା ଘଟିଛି। ଗୁରୁତରମାନେ ମଧ୍ୟ ବେଗୁନିଆ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଅଟୋରେ ସମସ୍ତ ଗାଁକୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ଅନ୍ଯପଟେ ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Related Posts