ଆଇପିୟୁର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନଜନକ ଇଂଟର ପାର୍ଲାମେଂଟାରୀ ୟୁନିଅନ(ଆଇପିୟୁ) କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଆଇପିୟୁର ୧୫ଜଣିଆ କାର୍ଯ୍ୟନିର୍ବାହୀ କମିଟିକୁ ଶ୍ରୀମତୀ ଷଡ଼ଙ୍ଗୀ ଭାରତର ପ୍ରତିନିଧିତ୍ୱ କରିବେ ।

ରାୱାଣ୍ଡାର କିଗାଲିଠାରେ ହୋଇଥିବା ଏହି ନିର୍ବାଚନରେ ଅପରାଜିତାଙ୍କ ସପକ୍ଷରେ ୧୮ରୁ ୧୨ଟି ଭୋଟ୍ ପଡ଼ିଥିଲା ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ନିର୍ବାଚନରେ ବିଜୟୀ ହେବା ନେଇ ଅପରାଜିତାଙ୍କୁ ଆଖିଦୃଶିଆ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରତିଷ୍ଠିତ ସଂସ୍ଥାର ସଦସ୍ୟ ଭାବେ ଅପରାଜିତା ସଫଳତାର ସହ କାର୍ଯ୍ୟ କରିବେ ବୋଲି ସେ କାମନା କରିଛନ୍ତି । ସେହିପରି ଏହି ସମ୍ମାନଜନକ ପଦବୀ ନିମନ୍ତେ ତାଙ୍କୁ ମନୋନୀତ କରି ପଠାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ନିର୍ବାଚନରେ ବିଜୟ ହେଉଛି ସମଗ୍ର ଭାରତର ବିଜୟ । ଆଉ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା ।

ସୂଚନାଯୋଗ୍ୟ, ଗତ ୨୦ବର୍ଷ ଧରି ଏହି କମିଟିରେ କୌଣସି ଭାରତୀୟଙ୍କ ପ୍ରତିନିଧିତ୍ୱ ନଥିଲା । କମିଟିରେ ଶେଷ ଭାରତୀୟ ଭାବେ ନଜମା ହେପତୁଲ୍ଲା କାର୍ଯ୍ୟ କରିବେ। ବିଶ୍ୱର ୧୯୦ଟି ସଂସଦ ମଧ୍ୟରୁ ଆଇପିୟୁରେ ୧୭୮ଟି ସଂସଦର ସଦସ୍ୟ ଅଛନ୍ତି । ଏହାର ସ୍ଥାପନା ୧୮୮୭ ମସିହାରେ ହୋଇଥିଲା । ସଂସଦ ଓ ସାଂସଦଙ୍କ ମଧ୍ୟରେ ସମଗ୍ର ବିଶ୍ୱରେ ଶାନ୍ତି, ଗଣତନ୍ତ୍ର ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହାର ଗଠନ ହୋଇଥିଲା

Related Posts