ସତ୍ୟବାଦୀ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୨ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ସତ୍ୟବାଦୀ ଥାନା ଅଞ୍ଚଳର ଜଣେ ୧୪ ବର୍ଷିୟା ନାବାଳିକା ଏକାଧିକ ବ୍ୟକ୍ତିଙ୍କ ଦ୍ୱାରା ଦୀର୍ଘ ଏକ ସପ୍ତାହ ଧରି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରିବାର ବର୍ଗ ଜାଣିବା ପରେ ସତ୍ୟବାଦୀ ଥାନାରେ ଏନେଇ ଅଭିଯୋଗ କରିଥିଲେ।ପୀଡିତାଙ୍କ

ପରିବାରଠାରୁ ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ପୁଲିସ ଡାହାଣ କୁମ୍ଭାରପଡ଼ା ଗ୍ରାମର ଦୀପ୍ତି ରଞ୍ଜନ ସ୍ୱାଇଁ(୨୫) ଓ ଅଳଗୁମ ଗ୍ରାମର ସୁଶାନ୍ତ କୁମାର ନାୟକ(୨୪)କୁ ଗିରଫ କରି ଡାକ୍ତରୀ ମାଇନା କରିଥିଲେ।ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ପୁରୀ ଜେଲକୁ ପଠାଇ ଦିଆଯାଇଛି। ପୀଡିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ନିମନ୍ତେ ଏକ ପୁଲିସ ଟିମ ଗଠିତ ହୋଇଛି। ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ସୁଚନ ଦେଇଛନ୍ତି।

Related Posts