୫୬ ବର୍ଷର ପୁଅକୁ କିଡନୀ ଦେଇ ଜୀବନ ବଂଚାଇଲା ୮୧ ବୟସ୍କା ବୃଦ୍ଧା ମା

ମା ଓ ସନ୍ତାନର ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ବଡ | ଆବଶ୍ୟକ ପଡିଲେ ସବୁ ସମ୍ପର୍କ ତୁଟିଯାଇପାରେ କିନ୍ତୁ ସନ୍ତାନ ସହ ମା’ର ସମ୍ପର୍କ ତୁଟିବ ଅସମ୍ଭବ | ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ମା ନିଜ ସନ୍ତାନ ପାଇଁ ଢାଲ ପରି ଆଗରେ ଠିଆ ହୋଇଥାଏ | ନିଜ ସନ୍ତାନର ରକ୍ଷା କରିବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ମଧ୍ୟ ଦେଇଥାଏ | ଏପରି କିଛି ଉଦାହାରଣ ଦେଖିବାକୁ ମିଳିଛି ମୁମ୍ବାଇରେ ।

ମା’ ପାଇଁ ତା ସନ୍ତାନ ହିଁ ସବୁକିଛି । ନିଜ ଜୀବନ ଚାଲିଯାଉ ପଛେ ହେଲେ ତା’ ପିଲାଙ୍କ ସୁରକ୍ଷା ପାଇଁ ସେ ସବୁ ସୀମା ଟପିଯାଇପାରେ । ମୁମ୍ବାଇର ଜଣେ ୮୧ ବୟସ୍କା ବୃଦ୍ଧା ନିଜର ୫୬ ବର୍ଷର ପୁଅକୁ ନିଜ କିଡନୀ ଦାନ କରି ପୁଅର ଜୀବନ ବଞ୍ଚାଇଛନ୍ତି । ଏନେଇ ନଭି ମୁମ୍ବାଇ ଆପୋଲୋ ହସ୍ପିଟାଲରେ ଡାକ୍ତରମାନେ କହିଛନ୍ତି ଯେ, ଏଭଳି ୮୧ ବର୍ଷ ବୟସରେ କିଡନୀ ଦାନ କରିବା ହେଉଛି ଦେଶର ଏକ ବିରଳ ଓ ପ୍ରଥମ ଘଟଣା ।

ସୂଚନା ମୁତାବକ, ୫୬ ବର୍ଷିୟା ରାଜେନ୍ ଶଶିକାନ୍ତ ଶାହ୍ ୨୦୨୦ରେ ହଠାତ୍ କିଡନୀ ଜନିତ ସମସ୍ୟାରେ ପୀଡିତ ହୋଇଥିଲେ । ଏହାପରେ ତାଙ୍କୁ ସପ୍ତାହରେ ୪ ଥର ଡାଏଲିସିସ୍ କରିବାକୁ ପଡୁଥିଲା । ଏଥିରୁ ମୁକ୍ତି ପାଇବା ପାଇଁ ଡାକ୍ତରମାନେ ତାଙ୍କୁ କିଡନୀ ପ୍ରତିରୋପରଣ ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ରାଜେନଙ୍କ ପାଇଁ କିଡନୀ ଦାତା ଖୋଜିବା ଆରମ୍ଭ କରିଥିଲେ । କିଡନୀ ଦେବାକୁ ଶଶିକାନ୍ତଙ୍କ ସ୍ତ୍ରୀ ରାଜି ହୋଇଥିଲେ ବି ତାଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କର କିଡନୀ ନିଆଯାଇପାରିନଥିଲା । ଏତିକିବେଳେ ତାଙ୍କ ବୟସ୍କା ମା’ ସାହାସ ଦେଖାଇଥିଲେ ।

ଶଶିକାନ୍ତଙ୍କ ମା’ କଲା ଶାହଙ୍କୁ ୮୧ ବର୍ଷ । ପ୍ରଥମେ ତାଙ୍କ ବୟସକୁ ଦେଖି ଡାକ୍ତରମାନଙ୍କ ମଧ୍ୟରେ ଆଶଙ୍କା ଥିଲା । ହେଲେ ତାଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପୁରା ଫିଟ୍ ବୋଲି ଜଣାପଡିବା ପରେ ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶଶିକାନ୍ତଙ୍କ ମା’ କଲା ଶାହ୍ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠନ୍ତି । ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରନ୍ତି । ସବୁବେଳେ ବିନା କିଛି ଟେନସେନରେ ଖୁସି ରୁହନ୍ତି । ସବୁ ପରିସ୍ଥିତିକୁ ସେ ସକାରାତ୍ମକ ଦୃଷ୍ଟିରେ ଗ୍ରହଣ କରନ୍ତି ତେଣୁ ୮୧ ବର୍ଷରେ ବି ସେ ପୁରା ଫିଟ୍ ବୋଲି ନିଜେ କଲା ଶାହ୍ କହିଛନ୍ତି ।

ମୁମ୍ବାଇ ଆପୋଲୋ ହସ୍ପିଟାଲର ଡାକ୍ତର ଅମୋଲ ପାଟିଲ କହିବା କଥା ହେଉଛି । ତେବେ ବୟସରେ କିଡନୀ ଦାନ କରିବାରେ ଏହା ଦେଉଛି ଦେଶରେ ପ୍ରଥମ ଘଟଣା । ଏବଂ ପୁଅଙ୍କ ପାଇଁ ମା’ଙ୍କ କିଡନୀ ବି ପୁରା ମ୍ୟାଚ୍ କରିଯାଇଛି ।

Related Posts