ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ଓ ଅଭିନେତା ଗୁରମିତ୍‌ ଚୌଧୁରୀଙ୍କ ଘରେ ଜନ୍ମ ନେଲା ଏକ କନ୍ୟା ସନ୍ତାନ: ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତା ଗୁରୁମିତ ଚୌଧୁରୀ

ମୁମ୍ବାଇ : ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ଓ ଅଭିନେତା ଗୁରମିତ୍‌ ଚୌଧୁରୀଙ୍କ ଘରକୁ ଆସିଛି ନୂଆ ଅତିଥି | ଉଭୟ ପିତାମାତା ହୋଇଛନ୍ତି | ବିବାହର ୧୧ ବର୍ଷ ପରେ ଦୁହେଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି | ଏନି ଅଭିନେତା ଗୁରୁମିତ ଚୌଧୁରୀ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ଏପ୍ରିଲ ୩ରେ ନବରାତ୍ରୀ ଅବସରରେ ଦେବିନା ଏକ ଝିଅକୁ ଜନ୍ମ ଦେଇଛନ୍ତି। ଗୁରୁମିତ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବରକୁ ଅତି ସୁନ୍ଦର ଭାବରେ କ୍ୟାପସନରେ ଲେଖି ଲେଖିଛନ୍ତି – ‘କୃତଜ୍ଞତା ସହିତ ଆମେ ଆମର ଶିଶୁ କନ୍ୟାକୁ ଏହି ଦୁନିଆରେ ସ୍ୱାଗତ କରୁଛୁ … ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ।

ଭିଡିଓରେ ପ୍ରଥମେ ଗୁରୁମିତଙ୍କ ହାତ ରହିଛି, ତା’ପରେ ଦେବିନାଙ୍କ ହାତ ଏବଂ ଶେଷରେ କୁନି ଝିଅର ହାତ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଉଭୟ ସିରିଏଲ ‘ରାମାୟଣ’ର ସେଟରେ ପରସ୍ପରକୁ ଭେଟିଥିଲେ। ଯେଉଁଥିରେ ଗୁରୁମିତ ରାମ ଏବଂ ଦେବିନା ସୀତା ଭୂମିକାରେ ଅଭିନୟ କରିଥିଲେ। ସେଟ ରୁ ହିଁ ଦୁହିଁ ଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା | ପରେ ଦୁହେଁ ୨୦୧୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ |

Related Posts