ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ବେଙ୍ଗଲରେ ଜଣେ ବିଜେପି ନେତା ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ହିଂସା । ବିବାଦୀୟ ମନ୍ତବ୍ୟ ଦେଇ ରାଜ୍ୟରେ ଜାରି ରହିଛି ହିଂସା । ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଘଟାଇଛନ୍ତି । ସେପଟେ ହିଂସା କାରିଙ୍କ ପ୍ରତି ସରକାରଙ୍କ ସିଥିଳ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରିଛି। ତେବେ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ ପାଇଁ ବେଙ୍ଗଲରେ ଜଣେ ବିଜେପି ନେତାଙ୍କୁ ଗିରଫ କରାଯାଇଛି।

ପଶ୍ଚିମ ମେଦିନାପୁର ବେଲ୍‌ଦା ଏରିଆରୁ ବିଜେପି ନେତା ଚନ୍ଦନ ଜେନାଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ।

ସୂଚନା ଥାଉକି ଗତକାଲି ଦଙ୍ଗା ପ୍ରଭାତି ଏରିଆ ବୁଲି ଦେଖିବାକୁ ଯାଇ ରାସ୍ତ ମଝି ଗିରଫ ହୋଇଥିବା ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜମୁଦାର ଗିରଫ ହୋଇଥିଲେ। ଗିରଫଦାରୀର ୪ ଘଣ୍ଟା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ହିଂସା ଜାରି ରହିଥିବା କାରଣରୁ ଉକ୍ତ ଅଞ୍ଚଳଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଛି। ତେଣୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ହୱଡ଼ା ଯିବାକୁ ମନା କରିଛି ବେଙ୍ଗଲ ପୁଲିସ। ସେପଟେ ମୁର୍ସିଦାବାଦରୁ ୬ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି।

ଅନ୍ୟପଟେ ଉତ୍ତରପ୍ରଦେଶର ଗିରଫଦାରୀ ସଂଖ୍ୟା ୩୦୪ ହୋଇଛି। ସେଥିମଧ୍ୟରୁ ସାହାରନପୁର ୭୧, ପ୍ରୟାଗରାଜ ୯୧ ଓ ହାଥରସ ୫୧ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଏପଟେ ଆସାମର ଖଚ୍ଚର ଚିଲ୍ଲାରେ ନୂପୁର ଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯିବ ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଛି। ଜାମ୍ମୁ-କାଶ୍ମୀର ମୁସଲମାନ ପୂଜକ ଅଦିଲ ଗଫୁର ଗନାଇ ନୂପୁର ଶର୍ମାଙ୍କ ମୁଣ୍ଡକାଟ ପାଟ ପାଇଁ ଘୋଷଣା କରିଥିଲେ। ତାକୁ ଗିରଫ କରାଯାଇଛି। ସେପଟେ ଜାମ୍ମା ମସ୍‌ଜିଦରେ ବିକ୍ଷୋଭ ଘଟଣାରେ ଦୁଇ ଜଣଙ୍କ ଗିରଫ କରାଯାଇଛି। ସିସିଟିଭି ଫୁଟେଜ୍‌ରୁ ସେମାନଙ୍କ ଚେହେରା ଚିହ୍ନଟ କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି।

ଝାଡ଼ଖଣ୍ଡ ରାଞ୍ଚିରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ହେବାରୁ ଇଣ୍ଟରନେଟ୍‌ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି। ହିଂସା ଘଟଣାରେ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କର ନେତୃତ୍ୱରେ ଏସ୍‌ଆଇଟି ଗଠନ କରାଯାଇ ତଦନ୍ତ ଚାଲିଛି। ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିର୍ଦ୍ଦେଶ ଦେଇଛନ୍ତି ।

Related Posts