ଭଗୱନ୍ତ ମାନ୍‌ଙ୍କ ବିବାହରେ ବାପା ଭୂମିକା ତୁଲାଇବେ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଙ୍କର ଆଜି ବିବାହ। ଚଣ୍ଡିଗଡ଼ ସ୍ଥିତ ନିଜ ବାସଭବନରେ ମାନ୍‌ଙ୍କ ବିବାହ ର ଆୟୋଜନ କରାଯାଇଛି। ୪୮ ବର୍ଷୀୟ ମାନ୍‌ ନିଜଠାରୁ ୧୬ ବର୍ଷ ସାନ ଡ. ଗୁରପ୍ରୀତ କୌରଙ୍କୁ ବିବାହ ସମ୍ପୂର୍ଣ୍ଣ ଶିଖ ରୀତିନୀତି ରେ ବିବାହ କରିବାକୁ ଯାଉଛନ୍ତି। ବିବାହ ଉତ୍ସବରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେବାକୁ ଥିବାବେଳେ ଆପ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିବାହ ଉତ୍ସବରେ ଯୋଗ ଦେବେ।


କେବଳ ସେତିିକି ନୁହେଁ, ମାନ୍‌ଙ୍କ ବିବାହରେ ବାପା ହୋଇ ସମସ୍ତ ରୀତି ନୀତି ମଧ୍ୟ ତୁଲାଇବେ ଅରବିନ୍ଦ କେଜ୍ରିୱାଲ୍‌। ଏ ନେଇ ଆପ ସାଂସଦ ରାଘବ ଚଡ୍ଡା ସୂଚନା ଦେଇଛନ୍ତି। ସୂଚନାରୁ ଜାଣିବାକୁ ମିିଳିଛି ଯେ ଆଉ କିଛି ସମୟ ମଧ୍ୟରେ ଚଣ୍ଡିଗଡ଼ରେ କେଜ୍ରିୱାଲ ପହଞ୍ଚିବେ ଓ ବିବାହ ଉତ୍ସବ ରେ ଯୋଗଦେବା ପରେ ସେ ଅପରାହ୍ନ ୩.୩୦ରେ ଚଣ୍ଡିଗଡ଼ରୁ ପୁଣି ଦିଲ୍ଲୀ ଫେରିଯିବେ।
ମାନ୍‌ଙ୍କର ଏହା ଦ୍ବିତୀୟ ବିବାହ। ୬ ବର୍ଷ ପୂର୍ବେ ମାନ୍‌ଙ୍କର ଛାଡ଼ପତ୍ର ହୋଇସାରିଛି। ମାନ୍‌ଙ୍କ ବିବାହ ଉତ୍ସବ ସମ୍ପୂର୍ଣ୍ଣ ନିରାଡ଼ମ୍ବର ହେବ। ମାନ୍ ଙ୍କୁ ବିବାହ କରୁଥିବା ଡ. ଗୁରପ୍ରୀତ କୌର ହରିୟାଣା କୁରୁ‌‌କ୍ଷେତ୍ର ଜିଲ୍ଲା ର ବାସିନ୍ଦା ଏବଂ ସେ ଏକ ସାଧାରଣ ପରିବାରର ଝିଅ ବୋଲି ଜଣାପଡ଼ିଛି ।

Related Posts