ଭଗୱନ୍ତ ମାନଙ୍କ ବିବାହରେ ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହିବ’ଙ୍କ ଅପମାନ ହୋଇଛି: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ପୂର୍ବରୁ ନିଜର ଦ୍ୱିତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଏହା ମଧ୍ୟରେ ମାନଙ୍କ ବିବାହକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଥିବାର ଦେଖିବାକୁ ମିଳିଛି । ତେବେ ମାନଙ୍କ ବିବାହରେ ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହିବ’ଙ୍କ ଅପମାନ ହୋଇଥିବା ଦାବି କରିଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସଜିପିସି) । ସେପଟେ ମାନଙ୍କ ବିବାହରେ ‘ଗୁରୁ ଗ୍ରନ୍ଥ ସାହିବ’ଙ୍କୁ ନେଇଯାଉଥିବା ଗାଡିକୁ ଯାଞ୍ଚ କରିବାକୁ ଅଟକ ରଖାଯାଇଥିଲା । ଯାଞ୍ଚ ମଧ୍ୟ କରାଯାଇଥିଲା ।

ଏଭଳି କରାଯାଇ ପବିତ୍ର ଗ୍ରନ୍ଥର ଅପମାନ କରାଯାଇଛି ବୋଲି ଅଭିଯୋଗ ଆଣିଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି । ଗାଡିକୁ ଚଣ୍ଡଗଡରେ ସ୍ଥିତ ଭଗୱନ୍ତ ମାନଙ୍କ ସରକାରୀ ବାସଭବନ ପ୍ରବେଶ ପୂର୍ବରୁ ଅଟକାଯାଇ ଯାଞ୍ଚକରାଯାଇଥିଲା । ଏପରି କାର‌୍ୟ୍ୟ ଶିଖ୍ ମାନଙ୍କ ଧାର୍ମିକ ଭାବନାକୁ ଆହତ କରିଛି ବୋଲି ଏସଜିପିସି ମୁଖ୍ୟ ହରଜିନ୍ଦର ସିଂହ ଧାମି ଅଭିଯୋଗ ଆଣିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts