ଆକାର ପଟେଲଙ୍କ ବିରୋଧରେ ଜାରି ହୋଇଥିବା ଲୁକ ଆଉଟ ନୋଟିସକୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆକାର ପଟେଲଙ୍କ ବିରୋଧରେ ଜାରି ହୋଇଥିବା ଲୁକ ଆଉଟ ନୋଟିସକୁ ହଟାଇବାକୁ ନିଦେ୍ର୍ଦଶ ଦେଲେ ଦିଲ୍ଲୀ କୋର୍ଟ । ତା ଛଡ଼ା ନିର୍ଦ୍ଦ୍ୱନ୍ଦ୍ୱରେ ଦୋଷ ସ୍ୱୀକାର କରି ଲିଖିତ କ୍ଷମା ପ୍ରାର୍ଥନା କରିବା ପାଇଁ କୋର୍ଟ ସିବିଆଇ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିମ୍ନ ଅଦାଲତଙ୍କର ଏହି ନିର୍ଦ୍ଦେଶକୁ ସ୍ୱତନ୍ତ୍ର ସିବିଆଇ ବିଚାରପତି ସନ୍ତୋଷ ସ୍ନେହୀ ମାନ ଖାରଜ କରିଦେଇଛନ୍ତି। ହେଲେ ପରେ କୋର୍ଟ ତାଙ୍କ ରାୟରେ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ସେପଟେ ଏନ୍ଜିଓ ଆମ୍ନେଷ୍ଟି ଇଣ୍ଟରନ୍ୟାସ୍ନାଲ ଇଣ୍ଡିଆ ବୋର୍ଡର ଚେୟାରମ୍ୟାନ୍ ଆକାର ପଟେଲ୍ ସିବିଆଇର ଲୁକ୍ଆଉଟ୍ ନୋଟିସ୍ ବିରୋଧରେ କୋର୍ଟରେ ଆବେଦନ କରିଥିଲେ।

ଫରେନ୍ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟର ଉଲ୍ଲଂଘନ ଅଭିଯୋଗରେ ସିବିଆଇ ଆକାରଙ୍କ ବିରୋଧରେ ଲୁକ୍ଆଉଟ ନୋଟିସ୍ ଜାରି କରିଥିଲା। ଆକାର ତାଙ୍କ ଅବେଦନରେ ଆମେରିକା ଯିବାକୁ ଅନୁମତି ମଧ୍ୟ ମାଗିଛନ୍ତି। କେତେକ ବିଦେଶ କାମ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଶିକ୍ଷାଦାନ ଦେବାକୁ ସେ ବିଦେଶ ଯିବାକୁ ଚାହାନ୍ତି। ଏଥିପାଇଁ ତାଙ୍କୁ ମେ ୩୦ ଯାଏ ଆମେରିକା ଯିବାକୁ ଅନୁମତି ଦିଆଯାଉ ବୋଲି ଆକାର କୋର୍ଟରେ ଆବେଦନ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts