ନୂଆପଡା ପୁଲିସ ଜାଲରେ ଡକାୟତ ଗ୍ୟାଙ୍ଗ, ବିପୁଳ ଟଙ୍କା ଓ ଚୋରୀ ସାମଗ୍ରୀ ଜବତ

ସତ୍ୟପାଠ ବ୍ୟୁରୋ : ନୂଆପଡା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା । ୩ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ଟଙ୍କା ଓ ଚୋରୀ ସାମଗ୍ରୀ ଜବତ କରିଛି ପୁଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର ।

ପୁଲିସ ସୂଚନା ଅନୁସାରେ, ଗତ ଜୁନ ୧୮ ତାରିଖରେ ନୂଆପଡା ଡୁମେରପାଣି ଗାଁର ପାଣି ପଂଚାୟତ ସଭାପତି ଓ ସଂପାଦକ ନୂଆପଡା ଏସବିଆଇ ବ୍ରାଞ୍ଚରୁ ୧୦ଲକ୍ଷ ଟଙ୍କା ଉଠାଇଥିଲେ । ସେମାନେ ଟଙ୍କା ନେଇ ଫେରୁଥିବା ବେଳେ ରାସ୍ତାରେ ଡକାୟତମାନେ ଟଙ୍କା ଲୁଟି ନେଇଥିଲେ । ଏନେଇ ସଭାପତି ହିରନ ସାହୁ ଥାନାରେ ଅଭିଯୋଗ କରିବା ପରେ ଖୋଲତାଡ ଆରମ୍ଭ କରିଥିଲା ପୁଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଡକାୟତ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ନଗଦ ୭ଲକ୍ଷ ୭୦ହଜାର ଟଙ୍କା, ୨ଟି ମୋଟର ସାଇକେଲ, ୨୫ଟି ମୋବାଇଲ ଫୋନ ଓ ଗୋଟିଏ ତାଲା ଖୋଳିବା ଚାବି ଜବତ କରିଛି ପୁଲିସ ।

Related Posts