କାନାଡାରେ ଥିବା ପ୍ରବାସୀ ଭାରତୀୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ସତର୍କସୂଚନା ଜାରି କଲା ବୈଦେଶିକ ମନ୍ତ୍ରାଳୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ସରକାରଙ୍କ ତରଫରୁ କାନାଡାରେ ଥିବା ପ୍ରବାସୀ ଭାରତୀୟ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରି ସତର୍କ କରାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏନେଇ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, କାନାଡାରେ ହେଟ୍ କ୍ରାଇମ, ଭାରତ ବିରୋଧୀ ଗତିବିଧିର ଘଟଣା ସାମ୍ନାକୁ ଆସୁଛି । ଦ୍ରୁତଗତିରେ ଏହା ବଢିବାରେ ଲାଗିଛି ।ବିଦେଶ ମନ୍ତ୍ରାଳୟ ଏବଂ କାନାଡାରେ ଥିବା ବାଣିଜ୍ୟିକ ଦୂତାବାସ ଏହି ଘଟଣାକୁ ନେଇ ତତ୍ପର ହୋଇଛି । ଏହି ଅପରାଧର ଯାଞ୍ଚ କରିବା ସହ ଉଚିତ ପଦକ୍ଷେପ ନେବାକୁ କୁହାଯାଇଛି । ଏହିଭଳି ଅପରାଧୀଙ୍କୁ କାନାଡାରେ କାଠଗଡାକୁ ଟଣାଯାଇପାରିନାହିଁ ତେଣୁ ସମସ୍ତ ଭାରତୀୟ ନାଗରିକ ମାନେ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

ଭାରତ ସରକାରଙ୍କ ଆଡଭାଇଜରୀ ଅନୁସାରେ, ବଢୁଥିବା ଅଘଟଣ ତଥା ଅପରାଧିକ ଗତିବିଧିକୁ ଦେଖି ଭାରତୀୟ ନାଗରିକ ତଥା କାନାଡାରେ ଥିବା ଭାରତୀୟ ଛାତ୍ର, ଯାତ୍ରୀ ସତର୍କ ରୁହନ୍ତୁ । କାନାଡାରେ ଥିବା ଭାରତୀୟମାନେ ଓଟାବାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ, ଟରାଣ୍ଟୋ କିମ୍ବା ଭାଙ୍କୋଭରରେ ଥିବା ଭାରତୀୟ ମହାବାଣିଜ୍ୟିକ ଦୂତାବାସ ସହସମ୍ପର୍କରେ ରହିଥାନ୍ତୁ । ସାହାର୍ଯ୍ୟ ପାଇଁ madad.gov.in ରେ ପଞ୍ଜୀକରଣ କରନ୍ତୁ । ଏହା କରିବା ଦ୍ୱାରା କୌଣସି ବି ପରିସ୍ଥିତିରେ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ବୋଲି ସୂଚନା ଦିଆଯାଇଛି ।

Related Posts