୫୦ ଫୁଟ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ୫ ମୃତ, ୪୦ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋର ଖଣ୍ଡୱାରେ ଗୁରୁବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ୫୦ ଫୁଟ ତଳକୁ ଖସିପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଆହତ ହୋଇଛନ୍ତି।

ବସ୍‌ଟି ଇନ୍ଦୋରରୁ ଖଣ୍ଡୱା ଯାଉଥିଲା। ହେଲେ ସିମ୍ରୋଲ ପୁଲିସ ଷ୍ଠେସନ ଅଧିନ ଭୈରବ ଘାଟରେ ଥିବା ଏକ ନାଳ ପାଖରେ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ତଳକୁ ଖସିପଡ଼ିଥିଲା।

ଏହି ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୪୦ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ଉଦ୍ଧାର ୪୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ପୀଡ଼ିତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ଏହାପରେ ସେମାନଙ୍କୁ ଡାକ୍ତରଖାନା ନିଆଇଥିଲା। ଘଟଣାରେ ପୁଲିସ ମାମାଲା ରୁଜୁ କରି ତଦନ୍ତ ଚଳାଇଛି । ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ୍ ରେଭର୍ତି କରାଇଛି ।

Related Posts