ଦେବଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା, ସ୍କୁଲରେ ବଜ୍ରପାତ ଫଳରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତେବେ ଛାତ୍ରଛାତ୍ରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇନାହିଁ, ସ୍କୁଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରଯାଉଥିବା ସୂଚନା ମିଳିଛି।

୧୦ ଜଣ ଛାତ୍ରଛାତ୍ରୀ ମଧ୍ୟରେ ୪ ଜଣଙ୍କର ହୋସ ଆସିଥିବା ବେଳେ ୬ଜଣ ଜଣ ବେହୋସ ଅଛନ୍ତି।କେତେକ ଛାତ୍ରଛାତ୍ରୀଙ୍କ ହାତ ଓ ଗୋଡ଼ କାମ କରୁନାହିଁ। ଗୁରୁତର ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଶ୍ରେଣୀଗୃହରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ର ଗୁରୁତର ହୋଇପଡ଼ିଥିଲେ। ବଜ୍ରପାତରେ ସ୍କୁଲ ଘର ଛାତ କଣା ହୋଇଯାଇଥିବା ସୂଚନା ମିଳିଛି। ସେହି ଶ୍ରେଣୀଗୃହରେ ୧୫ରୁ ଅଧିକ ଜଣ ଛାତ୍ରଛାତ୍ରୀ ଥିଲେ।

Related Posts