ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇର ଚଢାଉ, କଟକ ଓ ପାରାଦୀପ ସ୍ଥିତ ଘର ଓ ଅଫିସରେ ଚାଲିଛି ଏକକାଳୀନ ରେଡ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଆଜି ସକାଳୁ ସିବିଆଇ ଟିମ୍‌ ରେଡ୍ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏନେଇ ସିବିଆଇ ତରଫରୁ ଆନୁଷ୍ଠାନିକ କିଛି ଘୋଷଣା ହୋଇ ନଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛି।କଟକ ଓଡ଼ିଆ ବଜାରସ୍ଥିତ ମହିମା ମିଶ୍ରଙ୍କ ଘର ଓ ଲିଙ୍କ ରୋଡସ୍ଥିତ OSL ଅଫିସରେ ୨ଟି ଟିମ୍‌ ଚଢ଼ାଉ କରିଛନ୍ତି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କ ୨ ପୁଅ ଥିବା ଜଣାଯାଇଛି।

ସେହିପରି ପାରାଦୀପର ୪ଟି ସ୍ଥାନରେ ଚଢାଉ ଚାଲିଛି ।ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ ପୁଣି ଥରେ କେଉଁ କାରଣ ପାଇଁ ସିବିଆଇ ମହିମା ମିଶ୍ରଙ୍କ ଘରେ ପଶିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Related Posts