ଥାନା ଭିତରେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଠିକାଦାର ଗିରଫ

ଭୁବନେଶ୍ବର : ମହଙ୍ଗା ପଡ଼ିଲା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା । ଏହି ଘଟଣାରେ ପୋଲିସ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଠିକାଦାରକୁ ଗିରଫ କରିଛି ।ଭୁବନେଶ୍ବର ଇନଫୋସିଟି ଥାନା ଡିସିଓ ଦାୟିତ୍ଵରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଇନଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ସମ୍ମୁଖରେ ଏକ କାର୍ ବ୍ୟାକ୍ କରିବା ବେଳେ ପଛପଟୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହୋଇଥିଲା । କାର୍‌ରେ ଥିବା ଦୁଇ ଜଣ ହାଇଓ୍ବା ଚାଳକଙ୍କୁ ନିର୍ଧୁମ ପିଟିଥିଲେ । ହାଇଓ୍ବା ଚାଳକ ଜଣଙ୍କ ପିସିଆରକୁ ଫୋନ୍ କରି ସମସ୍ତ ଘଟଣା କହିଥିଲେ । ପରେ ଘଟଣାସ୍ଥଳରେ ପିସିଆର ପହଞ୍ଚି କାର୍ ଚାଳକ ଏବଂ ତାଙ୍କ ସହଯୋଗୀଙ୍କୁ ଇନଫୋସିଟି ଥାନାକୁ ନେଇଥିଲେ । ଥାନାରେ ପହଞ୍ଚିବା ପରେ ଡ଼ିସିଓ ଦାୟିତ୍ବରେ ଥିବା ଏଏସଆଇ ଅଜୟ ଲେଙ୍କା ଘଟଣା ସମ୍ପର୍କରେ ପଚାରିବାରୁ ଦୁଇ ଜଣ ହଠାତ ତାଙ୍କୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ବିଧା ଗୋଇଠାରେ ପୋଲିସ ବାବୁଙ୍କ ମୁହଁ ଏବଂ କାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏମିତିକି ପାଖରେ ଥିବା ପୋଲିସ କର୍ମୀମାନେ ମଧ୍ୟ ଅଟକାଇ ପାରିନଥିଲେ । ପରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

Related Posts