
କେନ୍ଦୁଝର : ଉପରମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ହୀରାକୁଦର ଗେଟ୍ ଖୋଲିଥିଲା ଫଳରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ତେବେ ଏହାରି ମଧ୍ୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଭଣ୍ଡା-ପଡୁଆ ରାସ୍ତାର ମଙ୍ଗଳପୁର ନିକଟରେ ବାଘ ଡିଆଁ ନାଳର ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଚମ୍ପୁଆ ବ୍ଲକର ଦୁଇଟି ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ୱ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି ।
ଫଳରେ ଲୋକେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଜରୁରୀ କାଳୀନ ସେବାରୁ ବଞ୍ଚିତ ହୋଇଛନ୍ତି । ବିଶେଷ କରି ଉକ୍ତ ପଞ୍ଚାୟତର ରୋଗୀମାନେ ନିଜ ନିଜର ସ୍ୱାସ୍ଥ୍ୟସେବା ପାଇଁ ଭଣ୍ଡା ମେଡିକାଲକୁ ଆସି ପାରୁନଥିବା ଜଣାପଡିଛି ।