ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା; ଏନେଇ ଜମି ଅନୁଧ୍ୟାନ କଲେ ୩ ଜଣିଆ ଆରବିଆଇ ଟିମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା । ତେବେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା । ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ ଇତ୍ପିଆର ତିନିଜଣିଆ ଅଧିକାରୀ ଜମି ସର୍ବେକ୍ଷଣ ମଧ୍ୟ କରିଛନ୍ତି । ସେମାନେ ପ୍ରଥମେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଅଫସିରେ ପହଞ୍ଚି ସେଠାରେ କିଛି ସମୟ ଆଲୋଚନା କରିଥିଲେ । ପରେ ଜମି ସର୍ମେକ୍ଷଣ ପାଇଁ ପଦାବଡ଼ଗାଁ ଅଞ୍ଚଳକୁ ଯାଇଥିଲେ । ତାଙ୍କ ସହ ରେମୁଣା ତହସିଲଦାର ଛବିରାଣି ସାହୁ, ବାଲେଶ୍ୱର ଓ ଭୁ ବନେଶ୍ୱରର ଇଙ୍ଗକୋ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେପଟେ ଅଧିକାରୀମାନେ ରେମୁଣା ବ୍ଲକ ପଦାବଡ଼ଗାଁ ଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗ ସୁବିଧାକୁ ଯାଞ୍ଚ କରିଥିଲେ । ଡିଷ୍ଟ୍ରିକ୍ଟ ଇନଭେଷ୍ଟମେଣ୍ଟ ପ୍ରମୋଶନ ଅଥରିଟି ତରଫରୁ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପ ଲାଗି ଜମି ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଆରବିଆଇର ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ସହିତ ରେମୁଣା ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖିଥିଲେ ।

ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନର ପ୍ରାୟ ଶହେ ଏକର ଜମି ଆବଶ୍ୟକ ରହିଛି । ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଗତ ଏପ୍ରିଲରେ ଆରବିଆଇର ୩ ଜଚ୍ଚିଆ ଟିମ ଇଙ୍ଗକୋ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ରେମୁଣା ବ୍ଲକ ଅଧିନ ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଅଞ୍ଚଳରେ ଥିବା ସରକାରୀ ଜମିକୁ ବିଲି ଦେଖିଥିଲେ । ଏନେଇ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିନ୍ତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ବାଟ ଖୋଲିବାକୁ ଇଙ୍ଗକୋର ଟିମ ସହିତ ଜିଲ୍ଲା ପ୍ରଶାସନ ସରକାରୀ ଜମି ଚିହ୍ନଟ ଏବଂ ଜିଲ୍ଲାରେ ଏକ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି । ଚଷାଖଣ୍ଡ ପଞ୍ଚାୟତ ସରପଞ୍ଚ କେଦାର ସାହୁ କହନ୍ତି ଏହି ଅଞ୍ଚଳରେ ଶିଳ୍ପନୁଷ୍ଠାନ ହେଲେ କେବଳ ରେମୁଣା ନୁହେଁ ସମଗ୍ର ଜିଲ୍ଲାର ବିକାଶ ହେବ । ନୋଟ ଛାପା କାଗଜ କାରଖାନା ହେଲେ ଉକ୍ତ ସ୍ଥାନକୁ ଗମନାଗମନ ବ୍ୟବସ୍ଥା, ମାର୍କେଟ, ବିଦ୍ୟୁତ ସୁବିଧା ଭଳି କ୍ଷେତ୍ରରେ ଉନ୍ନତି ଘଟିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts