ମହାମାରୀ ରୁ ରକ୍ଷା ପାଇଁ କୋଇମ୍ବାଟୁର ମନ୍ଦିରରେ ସ୍ଥାପନା ହେଲା କରୋନା ଦେଵୀ ମୂର୍ତ୍ତୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମରୀର ଭୟଙ୍କର ରୂପ ଦେଶ ଦଖୁଥିବାବେଳେ ଲୋକମାନେ ନିଜକୁ ରକ୍ଷା କରିବାପାଇଁ କିଏ ଆଧ୍ୟାତ୍ମିକ କୁ ବିଶ୍ୱାସ କରୁଚିତ ଅଉକିଏ ମାନସିକ ଶାନ୍ତି ପାଇଁ ଯୋଗ କରୁଛି। ଏମିତି ସବୁ ବିଭିନ୍ନ ପ୍ରକାର ନମୁନା ଦେଖିବାକୁ ମିଳିଛି। ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏବେ ଏକ ମନ୍ଦିରରେ ଅଧିଷ୍ଠିତ ହୋଇଛି କରୋନା ଦେବୀଙ୍କ ମୂର୍ତ୍ତି। ଜନସାଧାରଣ କୋଭିଡ-୧୯ ମହାମାରୀ ପ୍ରକୋପରୁ ରକ୍ଷା ପାଇବାକୁ ସେଠାକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି। କୋଏମ୍ବାଟୁରସ୍ଥିତ କାମାଚିପୁରୀ ଅଧିନମ୍‍ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ପୂଜାପାଠ ଦ୍ୱାରା କୋଭିଡ ପ୍ରକୋପରୁ ଲୋକମାନଙ୍କୁ ସୁରକ୍ଷା ଦେବା ନିଷ୍ପତ୍ତି ନେଇ ଏହି ମୂର୍ତ୍ତି ସ୍ଥାପନ କରାଯାଇଛି । ଏହାର ଦାୟିତ୍ୱରେ ଥିବା ଶିବଲିଙ୍ଗେଶ୍ୱର ନାମକ ଜଣେ ବ୍ୟକ୍ତି କହିଛନ୍ତି, ପ୍ଲେଗ୍‍ ମହାମାରୀ ଏବଂ ଅନ୍ୟାନ୍ୟ ଜଟିଳ ରୋଗ ବ୍ୟାପିବା ସମୟରେ ଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ତାହା ପୂଜାର୍ଚ୍ଚନ କରିବା ପ୍ରଥା ସେଠାରେ ପ୍ରଚଳିତ ହୋଇଆସୁଛି। ତାମିଲନାଡୁରେ ଏହିଭଳି ଅନେକ ମୂର୍ତ୍ତି ପୂଜା ପାଉଛନ୍ତି। ସେଥିମଧ୍ୟାରେ କୋଏମ୍ବାଟୁରରେ ଥିବା ପ୍ଲେଗ୍‍ ମରିଆମ୍ମାନ ମନ୍ଦିରରେ ସ୍ଥାପିତ ମୂର୍ତ୍ତି ଅନ୍ୟତମ। ଜନସାଧାରଣଙ୍କ ବିଶ୍ୱାସ ଯେ ପ୍ଲେଗ୍‍, ହଇଜା ଭଳି ମହାମାରୀ ପ୍ରକୋପରୁ ଦେବା ଦେବୀ ସେମାନଙ୍କୁ ସୁରକ୍ଷା ଦେଇପାରିବେ। ବର୍ତମାନ କରୋନା ଦେବୀ ମନ୍ଦିରରେ ୪୮ ଦିନ ବ୍ୟାପୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ଏବଂ ଶେଷରେ ମହାଯଜ୍ଞ ଅନୁଷ୍ଠିତ ହେବ। ଅବଶ୍ୟ ସେଥିରେ ଜନସାଧାରଣ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ ଵୋଲି କହିଛନ୍ତି । ଏହା ମଧ୍ୟ କହିଛନ୍ତି “ Covid-19 ଦ୍ୱାରା ଲୋକମାନେ ପ୍ରଭାବିତ ହେଉଛନ୍ତି। ତେଣୁ, ଗୁରୁଜୀ ଲୋକଙ୍କୁ ଜଣାଇବା ପାଇଁ ଏହିପରି କିଛି କରିବାକୁ ସ୍ୱପ୍ନରେ ସୂଚନା ଦେଇଥିଲେ (ମଙ୍ଗଳବାର) ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ ଆମେ (ବୁଧବାର) ଠାରୁ ପୂଜା ଅର୍ପଣ କରିବା ଆରମ୍ଭ କରିଛୁ ଵୋଲି କହିଛନ୍ତି।

Related Posts