ମାଇକ୍ରୋସଫ୍ଟରେ ଚାକିରି ପାଇଲେ, ହାଇଦ୍ରାବାଦର ସଫ୍ଟୱେୟାର ଇଞ୍ଜିନିୟର:ଦରମା ୨ କୋଟି ଟଙ୍କା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏହା ସମସ୍ତଙ୍କୁ ଜଣା ଯେ ଭାରତୀୟ ଛାତ୍ରମାନେ ନିଜ ପ୍ରତିଭା ସହିତ ଆମେରିକାରେ ଶ୍ରେଷ୍ଠତ୍ୱ ବାଜୟ ରଖନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ମଲଟି ନ୍ୟାଶନାଲ ଟେକନିକ ଜିଆଣ୍ଟ ମାଇକ୍ରୋସଫ୍ଟରେ ଚାକିରି ପାଇଛନ୍ତି ହାଇଦ୍ରାବାଦର ଜଣେ ଯୁବ ଇଞ୍ଜିନିୟର। ତାଙ୍କ ବାର୍ଷିକ ଦରମା ହେଉଛି ୨ କୋଟି ଟଙ୍କା। ଦୀପ୍ତି ନାରକୁଟି ମାଇକ୍ରୋସଫ୍ଟର ଗ୍ରେଡ-୨ ଗ୍ରୁପରେ ସଫ୍ଟୱେର ଡେଭଲପମେଣ୍ଟ ଇଞ୍ଜିନିୟର ଭାବେ କାମ କରିବାକୁ ମନୋନୀତ ହୋଇଛନ୍ତି। ଦି ହାନ୍ସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦୀପ୍ତି ଆମେରିକାର ସିଟ୍ଟଲେରେ ଥିବା କମ୍ପାନୀର ମୁଖ୍ୟାଳୟରେ କାର୍ଯ୍ୟ କରିବେ। ଫ୍ଲରିଡା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର୍‌ରେ ଏମଏସ୍‌ ହାସଲ କରିଥିବା ଦୀପ୍ତିଙ୍କ ସହିତ ଆଉ ୩୦୦ ମେଧାବୀଙ୍କୁ ମାଇକ୍ରୋସଫ୍ଟ ପକ୍ଷରୁ ଚାକିରି ପ୍ରସ୍ତାବ ଦିଆଯାଇଥିଲା। କ୍ୟାମ୍ପସ ସମୟରେ, ଦୀପ୍ତି ମାଇକ୍ରୋସଫ୍ଟ, ଗୋଲ୍ଡମ୍ୟାନ୍ ସାକ୍ ଏବଂ ଆମାଜନ୍ ଠାରୁ ଚାକିରି ଅଫର୍ ପାଇଥିଲେ । ଦୀପ୍ତିଙ୍କ ପିତା ଡକ୍ଟର ଭେଙ୍କାନା (ଫରେନସିକ୍ ବିଶେଷଜ୍ଞ) ହାଇଦ୍ରାବାଦ ପୁଲିସ କମିଶନରେଟ୍ ଟିମର ନେତୃତ୍ୱ ନେଉଛନ୍ତି। ଏବଂ ଦୀପ୍ତି ବି.ଟେକ୍ ସମାପ୍ତ କରିବା ପରେ, ସେ ଜେପି ମୋର୍ଗାନରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ ଏବଂ ତିନି ବର୍ଷ ପରେ ଚାକିରିରୁ ଇସ୍ତଫା ଦେଇଥିଲେ । ଏମଏସ କରିବାକୁ ଆମେରିକା ଯାଇଥିଲେ। ସେ ସେଠାରେ ତାଙ୍କର ଏମଏସ ସମାପ୍ତ କରି କ୍ୟାମ୍ପସରେ ଚାକିରି ପାଇଛନ୍ତି ।

Related Posts