ରାଜଧାନୀର ରାଜରାସ୍ତାରେ ବୁଲିଲା ଖଣ୍ଡା: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୫ ଆହାତ

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଅଶାନ୍ତ ହୋଇପଡିଛି ରାଜଧାନୀ । ଭୁବନେଶ୍ୱର ରାଜରାସ୍ତାରେ ବୁଲିଛି ଖଣ୍ଡା । ଭରତପୁର ଥାନା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୂର୍ଗା ପୂଜା ପୂର୍ବରୁ ରାଜଧାନୀରେ ଏଭଳି ରାସ୍ତା ଉପରେ ଖଣ୍ଡା ଭୁଜାଲି, କ୍ରିକେଟ ବ୍ୟାଟ୍ ବୁଲିବା ପୋଲିସ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Related Posts