ୟୁକ୍ରେନରେ ଲୋକଙ୍କ କାରକେଡ୍ ଉପରେ ଗୁଳିମାଡ

ନୂଆଦିଲ୍ଲୀ: ଅଶାନ୍ତ ୟୁକ୍ରେନରେ ଲୋକଙ୍କ କାରକେଡ୍ ଉପରେ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ଅଧିକାରୀଙ୍କ ଦାବି ଅନୁସାରେ, ଦେଶର ଉତ୍ତର-ପୂର୍ବରେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବା ସମୟରେ ଗୁଳିମାଡ କରାଯାଇଛି । ଏଥିରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ୟୁରୋପର ସବୁଠୁ ପାୱାର ପ୍ଲାଣ୍ଟର ମୁଖ୍ୟଙ୍କୁ ରୁଷ ଅପରହଣ କରି ନେଇଥିବା ୟୁକ୍ରେନ ଅଭିଯୋଗ ଆଣିଛି । ୟୁକ୍ରେନର ପରମାଣୁ କମ୍ପାନି ଏନର୍ଗୋଟମ ଶନିବାର କହିଛି ରୁଷ ସେନା ଜାପୋରିଜଜିଆ ପରମାଣୁ ଉର୍ଜା ପ୍ଲାଣ୍ଟର ମହାନିର୍ଦ୍ଦେଶକ ଇହୋର ମୁରାଶୋଭଙ୍କୁ ଅପହରଣ କରି ନିଆଯାଇଛି।

ଶୁକ୍ରବର ଅପରାହ୍ଣରେ ଅପହରଣ କରାଯାଇଥିବା ୟୁକ୍ରେନ କହିଛି। ଏନର୍ଗୋଟନ କହିଛି, ରୁଷ ସୈନିକମାନେ ପ୍ରଥମେ ମୁରାଶୋଭଙ୍କ କାରକୁ ଅଟକାଇଥିଲେ । ତାଙ୍କ ଆଖିରେ କଳା ପଟ୍ଟି ବାନ୍ଧି କୌଣସି ଗୋଟିଏ ଅଜ୍ଞାତ ସ୍ଥାନକୁ ନେଇ ଯାଇଛନ୍ତି । ତେବେ ରୁଷ ଏହି ଦାବିକୁ ଖଣ୍ଡନ କରୁଛି ।

Related Posts