ଦୁର୍ନୀତିଗ୍ରସ୍ତ କଂଗ୍ରେସ ଯିବା ପରେ ଏବେ ପଞ୍ଜାବକୁ ଆମ୍ ଆଦମୀ ପାର୍ଟି ଆସିଛି: ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍‌ଲାଙ୍କୁ ତାଙ୍କ କ୍ୟାବିନେଟ୍‌ରୁ ବରଖାସ୍ତ କରିଛନ୍ତି। ବରଖାସ୍ତ ହେବା ପ‌ରେ ତାଙ୍କୁ ଆଣ୍ଟି କର୍‌ପସନ ବ୍ରାଞ୍ଚ୍‌ ଗିରଫ କରିଛି। ଦୁର୍ନୀତି ବିରୋଧରେ ମୁହଁ ଖୋଲିବା ଏବଂ ତୁରନ୍ତ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପ୍ରଶଂସା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସେପଟେ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ‘ଆପ ଯେଉଁଆଡେ ଯାଏ ସେଠାରେ ଦୁର୍ନୀତି ବଢ଼ିଯାଏ। ଦୁର୍ନୀତିଗ୍ରସ୍ତ କଂଗ୍ରେସ ଯିବା ପରେ ଏବେ ପଞ୍ଜାବକୁ ଆମ୍ ଆଦମୀ ପାର୍ଟି ଆସିଛି। ଅରବିନ୍ଦ କେଜ୍ରିୱାଲଜୀ, ଆପଣଙ୍କ କୁମ୍ଭୀର କାନ୍ଦଣା ଦେଖି କୁମ୍ଭୀର ବି ଲାଜ କରିବ। ଏପ୍ରିଲ ୬, ୨୦୨୨ରେ ଆପଣ କହିଥିଲେ ଯେ, କ୍ଷମତାକୁ ଆସିବାର ୨୦ ଦିନ ମଧ୍ୟରେ ଆମେ ପଞ୍ଜାବରେ ଦୁର୍ନୀତି ସମାପ୍ତ କରିଛୁ। ଯଦି ଦୁର୍ନୀତି ଶେଷ କରିଦେଇଥି‌ଲେ ଏବେ ଆପଣଙ୍କ ମନ୍ତ୍ରୀ ଦୁର୍ନୀତି କଲେ କେମିତି? ଏହି ଦୁର୍ନୀତିର ଆରମ୍ଭ ଆପ୍ ହିଁ କରିଛି ବୋଲି କହିଛନ୍ତି ଗୌରବ ଭାଟିଆ।

Related Posts