ଉତ୍ତର ପ୍ରଦେଶର ବହରାଇଚରେ ଅଘଟଣ: ବିଜୁଳି ତାର ସଂସ୍ପର୍ଶରେ ଆସି ୩ଜଣ ପିଲାଙ୍କ ସମେତ ୫ଜଣଙ୍କର ମୃତ୍ୟୁ, ୪ ଆହତ

ବହରାଇଚ:ଉତ୍ତର ପ୍ରଦେଶର ବହରାଇଚରେ ଘଟିଛି ଏକ ବଡ଼ ଅଘଟଣ । ଉଚ୍ଚ କ୍ଷମତାସମ୍ପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ୩ଜଣ ପିଲାଙ୍କ ସମେତ ୫ଜଣ । ଆହୁରି ୪ଜଣ ପୋଡ଼ିଯାଇ ଆହତ ହୋଇଥିବା କଥା ପୁଲିସ କହିଛି।

ଗ୍ରାମବାସୀମାନେ ‘ଇଦ୍‌-ଏ- ମିଲନ୍ଦ’ (ବାରୱାଫତ୍‌) ଶୋଭାଯାତ୍ରାରେ ଯାଉଥିବା ବେଳେ ପାହାନ୍ତା ପ୍ରାୟ ୪ଟା ବେଳେ ନାନପଡ଼ା ଅନ୍ତର୍ଗତ ମାସୁପରୁ ଗାଁରେ ଉକ୍ତ ଅଘଟଣ ଘଟିଛି। ଲୋକେ ଯେଉଁ ଶଗଡ଼ରେ ବସି ଯାଉଥିଲେ ସେଥିରେ ଠିଆବାଗରେ ରଖାଯାଇଥିବା ଗୋଟାଏ ଲୁହାଛଡ଼ ଉପରେ ଟଣାଯାଇଥିବା ବିଜୁଳି ତାର ସଂସ୍ପର୍ଶରେ ଆସିବାରୁ ସେମାନେ ବିଜୁଳି ଆଘାତ ପାଇଥିଲେ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।

ଗ୍ରାମୀଣ ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କେଶବ କୁମାର ଚୌଧରୀ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି ଯେ, ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

ଚାରିଜଣ ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ଅଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଦୁର୍ଘଟଣା ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି

Related Posts