
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ସମୟରେ ଘଟିଛି ଅଘଟଣ । ଏଥିରେ ୧୦ ଜଣ ଭାସିଯାଇଥିବା ବେଳେ ୭ ଜଣ ପ୍ରାଣ ହରାଇଛନ୍ତି ।
ଜଲପାଇଗୁଡ଼ିରେ ଗତକାଲି ରାତି ୯ଟା ବେଳେ ଦେବୀଙ୍କୁ ବିସର୍ଜନ ସମୟରେ ହଠାତ ମାଲ୍ ନଦୀରେ ପାଣି ଚାଲି ଆସିଥିଲା । ତୁରନ୍ତ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସେଠାରେ ଥିବା ଅନେକ ଲୋକ ବି ନିଖୋଜ ଅଛନ୍ତି। ସେମାନଙ୍କର ପତ୍ତା ମିଳିନାହିଁ। ଉଦ୍ଧାର କାର୍ଯ୍ୟ ରାତି ପାଇଁ ବାଧାପ୍ରାପ୍ତ ହୋଇଥିବା ବେଳେ ସକାଳୁ ପୁଣି ଚାଲିଛି।
ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କୁ ବିସର୍ଜନ କରିବାକୁ ଶ୍ରଦ୍ଧାଳୁମାନେ ଯାଇଥିଲେ । ଏହି ସମୟରେ ମାଲ୍ ନଦୀରେ ହଠାତ ବନ୍ୟା ଜଳ ଆସିଯିବାରୁ ୭ ଭକ୍ତଙ୍କ ଜୀବନ ଯାଇଛି। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ନିଖୋଜ ଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।