
ଯମୁନାନଗର : ହରିୟାଣାର ଯମୁନାନଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଦଶହରା ଅବସରରେ ସାରା ଦେଶରେ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜିତ ଚାଲିଥିବା ବେଳେ, ଯମୁନାନଗରରେ ରାବଣ ଦହନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦହନ ସମୟରେ ରାବଣଙ୍କ ପୁତ୍ତଳିକା ଲୋକଙ୍କ ଭିଡ ଉପରେ ପଡିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। କିଛି ଭୟରେ ସେହି ସ୍ଥାନରୁ ଦୌଡି ପଳାଇଥିଲେ।