ବଢୁଛି ଅଭିନେତା ସୋନୁ ସୁଦଙ୍କ ଅଡ଼ୁଆ, ଦ୍ୱିତୀୟ ଦିନରେ ବି ସର୍ଭେ ପାଇଁ ପହଞ୍ଚିଲା ଆୟକର ବିଭାଗ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବଢୁଛି ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଡ଼ୁଆ । ଆଜି ପୁଣି ସୋନୁଙ୍କ ଘରେ ପହଞ୍ଚିଛି ଆୟକର ବିଭାଗ । ଲଗାତାର ୨ ଦିନ ହେବ ସୋନୁଙ୍କ ଘରେ ସର୍ଭେ ପାଇଁ ପହଞ୍ଚିଛି ଆୟକର ବିଭାଗ ଟିମ୍ । ଗତ କାଲି ଆୟକର ବିଭାଗ ସୋନୁଙ୍କ ଘର ସମେତ ତାଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ସର୍ଭେ କରିଥିଲା। କିନ୍ତୁ କିଛି ବି ଜବତ ହୋଇନଥିବା ଜଣାପଡିଥିଲା । ତେବେ ଆଜି ସକାଳୁ ପୁଣିଥରେ ଆଇଟି ବିଭାଗର ଟିମ୍ ସର୍ଭେ କରିବାକୁ ସୋନୁଙ୍କ ଘରେ ପହଞ୍ଚିଛନ୍ତି।

ତେବେ ସୋନୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ହେରଫେର ଅଭିଯୋଗ ଆଧାରରେ ଆଇଟି ଟିମ ଏହି ସର୍ଭେ କରିଥିବା ସୂଚନା ମିଳିଛି । ସୋନୁଙ୍କ ଘରେ ଆୟକର ବିଭାଗ ସର୍ଭେ କରିଥିବା ବେଳେ ଏହି ସର୍ଭେକୁ ନେଇ ଆଦମୀ ପାର୍ଟି ଅସନ୍ତୋଷ ବ୍ୟକ୍ତ କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋନୁଙ୍କ ସପକ୍ଷରେ ଟ୍ୱିଟ୍ କରି କହିଛନ୍ତି ,”  ସତ୍ୟର ମାର୍ଗରେ ବହୁତ ବାଧାବିଘ୍ନ ଆସେ କିନ୍ତୁ ସତ୍ୟ ସବୁବେଳେ ବିଜୟୀ ହୁଏ। ସୋନୁ ସୁଦଙ୍କ ସହ ସେହି ଲକ୍ଷ ଲକ୍ଷ ପରିବାରର ପ୍ରାର୍ଥନା ଅଛି ଯେଉଁମାନଙ୍କୁ ସେ ଅସୁବିଧା ସମୟରେ ସାହାଯ୍ୟ କରିଥିଲେ।ତେବେ ଏ ଘଟଣାକୁ ନେଇ ଅଭିନେତା ସୋନୁ ସୁଦଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କରୋନା ଲକଡାଉନ୍ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ସୋନୁ ସୁଦ୍ ଖୁବ୍ ଲୋକପ୍ରିୟ ହୋଇଥିଲେ। ଅନେକ ଗରିବ ଲୋକଙ୍କୁ ବିଭିନ୍ନ ଉପାୟରେ ସେ ସାହାଯ୍ୟ କରୁଥିଲେ। 

Related Posts