ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ: ସର୍ବୋଚ୍ଚ ଯନ୍ତ୍ରୀ କହିଲେ , ମହାନଦୀ ଅଵବାହିକରେ ଆସିପାରେ ମଧ୍ୟମ ଧରଣର ବନ୍ୟା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଛତିଶଗଡ଼ରେ ଲଗାଣ ବର୍ଷା ମହାନଦୀ ଫୁଲୁଛି। ପୂର୍ବରୁ ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ ଖୋଲିଛି । ଏ ଯାବତ ହୀରାକୁଦ ଡ୍ୟାମର ସମୁଦାୟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ଅପରପକ୍ଷରେ ଜଳ ସଂପଦ ବିଭାଗର, ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ କହିଛନ୍ତି ଯେ, ମହାନଦୀ ଅଵବାହିକରେ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ , ହୀରାକୁଦରେ ୨୮ଟି ଗେଟ ଖୋଲା ଅଛି। ଛତିଶଗଡ଼ରେ ଅଧିକ ବର୍ଷା ହୋଇଥିବା କାରଣରୁ ୩୬ ଘଣ୍ଟାରେ ମୁଣ୍ଡୁଳିରେ ୭ ଲକ୍ଷ କ୍ଯସେକ୍ ଜଳ ଅତିକ୍ରମ କରିବା । 

ହୀରାକୁଦକୁ ୪ ରୁ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ବନ୍ଦ କର୍ତ୍ତୃପକ୍ଷ ଛତିଶଗଡ଼ ସହ ଯୋଗାଯୋଗରେ ଅଛନ୍ତି ବୋଲି  ଜଳ ସଂପଦ ବିଭାଗର, ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜଳକା ଓ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି। ସୁବର୍ଣ୍ଣରେଖା ରାଜଘାଟଠାରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର।

ଅନ୍ୟପକ୍ଷରେ କଟକ ଜିଲ୍ଲା ମୁଣ୍ଡଳିରେ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସଂପଦ ବିଭାଗ ସଚିବ ଅନୁ ଗର୍ଗ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଓ ମୁଣ୍ଡଳି ବ୍ୟାରେଜର ଯନ୍ତ୍ରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ୪ଟି  ଏନଡିଆରଏଫ୍‌ ଟିମ୍ ମୁତୟନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମୁଣ୍ଡଳୀ ସେଣ୍ଟରରୁ ଏହି ଟିମ୍‌ ପଠାଯାଇଛି । 

ଯବାନମାନେ ରିଲିଫ୍, ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ୧୪ ତାରିଖରେ ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ଆଜି ସକାଳୁ ତିନିଟି ଟିମ୍ କେନ୍ଦ୍ରାପଡ଼ା, କଟକ ଓ ପୁରୀ ଯାଉଛନ୍ତି । ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି ଏହା ସହିତ ବାଲେଶ୍ୱର ଜିଲ୍ଲାରେ ଥିବା ଏନଡିଆରଏଫ୍‌ ରାପିଡ ରେସ୍ପନ୍ସ ସେଣ୍ଟରରେ ଥିବା ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି । 

Related Posts