ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଲେ ଅଭିନେତା ଶତ୍ରୁଘ୍ନ ସିହ୍ନା । ଏହାପୂର୍ବରୁ ସିହ୍ନା ଭାରତୀୟ ଜନତା ଦଳର ଜଣେ ନେତା ଥିଲେ। ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେପଟେ ସିହ୍ନା ଟ୍ୱିଟରରେ କହିଛନ୍ତି ଯେ ବଙ୍ଗାଳୀ ବାଘୁଣୀ ତଥା ସଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣ କ୍ରମେ ମୁଁ ଟିଏମସିରେ ଯୋଗ ଦେଇଛି। ପ୍ରକୃତରେ ଜଣେ ମହାନ ମହିଳାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବି’। ଅଭିନେତାରୁ ନେତା ହୋଇଥିବା ଶତ୍ରୁଘ୍ନଙ୍କୁ ଆସାନସୋଲ ଲୋକସଭା ଆସନରୁ ଟିଏମସି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଯେଉଁଥିପାଇଁ ସେ ଦଳର ସଭାପତି ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଦେଶର ଭବିଷ୍ୟତ ବାନାର୍ଜୀଙ୍କ ହାତରେ।

ମୁଁ ସାରା ଦେଶରେ ‘ଖେଲା ହୋବେ’କୁ ବିସ୍ତାର କରି ତାଙ୍କ ହାତକୁ ମଜଭୁତ କରିବି ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବିଜେପିରୁ ଇସ୍ତଫା ଦେବା ପରେ ୨୦୧୯ରେ ସେ କଂଗ୍ରେସ ଟିକେଟରେ ପାଟନା ସାହିବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ନିର୍ବାଚନରେ ସେ ରବି ଶଙ୍କର ପ୍ରସାଦଙ୍କଠାରୁ ହାରିଯାଇଥିଲେ ଜ୍ଝ ଆସାନସୋଲ ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ମମତା ତାଙ୍କୁ ପ୍ରାର୍ଥୀ କରିଛନ୍ତି।