ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମର୍ ସ୍କଟ୍ ହଲ୍ ଙ୍କ ହୃଦଘାତରେ ପରଲୋକ

ହୃଦଘାତରେ ଆଖି ବୁଜିଲେ ଡବ୍ଲୁଡବ୍ଲୁଇ ହଲ୍ ଅଫ୍ ଫେମର୍ ସ୍କଟ୍ ହଲ୍। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ଧରି ଲାଇଫ୍ ସପୋର୍ଟ ସିଷ୍ଟମରେ ରହୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ ତାଙ୍କୁ 2 ଥର ହାର୍ଟଆଟାକ୍ ବା ହୃଦଘାତ ମାରିଥିବା ବେଳେ, ତୃତୀୟ ଥର କୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ରା ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ସ୍କଟ୍ ହଲ୍ ଡବ୍ଲୁଡବ୍ଲୁଇର ଜଣେ ସୁପରଷ୍ଟାର୍ ଥିଲେ । ସେ ଦୁଇ ଥର ବିଶ୍ୱ ଚାମ୍ପିଅନ ହୋଇଥିଲେ । କିଛିଦିନ ପୂର୍ବରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେଧିରେ ବିଗିଡିବାରେ ଲାଗିଥିଲା ।

ସ୍କଟ୍ ୧୯୫୮ ଅକ୍ଟୋବର ୨୦ରେ ଆମେରିକାରେ ଜନ୍ମ ହୋଇଥିଲେ । ସେ ୧୯୮୪ରେ ନିଜ ରେସଲିଂ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୧ରେ ସେ ବିଶ୍ୱ ଚାମ୍ପିଅନ ରେସଲିଂରେ ସାମିଲ ହୋଇଥିଲେ । ୧୯୯୨ରେ ସ୍କଟ୍ ଡବ୍ଲୁଡବ୍ଲୁଇରେ ଯୋଗଦେଇଥିଲେ । ଏହାପରେ ସେ ରାଜୋର୍ ରାମୋନ୍ ନାଁରେ ପରିଚିତ ହୋଇଥିଲେ ।

୧୯୯୫ ସମରସ୍ଲାମ୍ ଓ ରେସଲେମାନିଆରେ କ୍ୟାଭିନ୍ ନୈଶ, ବ୍ରେନ୍ ହାର୍ଟ ଓ ସନ ମାଇକେଲ୍ସ ସମେତ ଅନେକ ବଡ ବଡ ଷ୍ଟାରଙ୍କୁ ସ୍କଟ୍ ହରାଇଥିଲେ । ନିଜ ଅବସର ଯାଏଁ ସେ ଡବ୍ଲୁଡବ୍ଲୁଇରେ ଭାଗ ନେଉଥିଲେ । ତେବେ ତାଙ୍କ ଦେହାନ୍ତରେ ଅନେକ ସୁପରଷ୍ଟାର୍ ଶୋକପ୍ରକାଶ କରିଛନ୍ତି ।

Related Posts