ନବାବ ମଲ୍ଲିକଙ୍କୁ ବଡ଼ ଝଟକା; ନେତାଙ୍କ ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନସିପି ନେତା ନବାବ ମଲିକଙ୍କୁ ବଡ଼ ଝଟକା । କୋର୍ଟ ଏନ୍ସିପି ନେତାଙ୍କ ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିରେ ନବାବ ମଲିକ କହିଥିଲେ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ବେଆଇନ ଭାବେ ଗିରଫ କରିଛି, ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ ବୋଲି କହି ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଏହା କରିବାକୁ ମନା କରି ଦେଇଛନ୍ତି। ଫଳରେ ତାଙ୍କ ଜେଲରୁ ମୁକୁଳିବା ଆଶା ମଉଳି ଯାଇଛି। ସେପଟେ ଆବେଦନରେ ଅନେକ ପ୍ରସଙ୍ଗ ରହିଛି, ଯାହାର ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ।

କୋର୍ଟ କହିଛନ୍ତି ଯେ ଆବେଦନ ଉପରେ ଶୁଣାଣି ତାରିଖ ପରେ ସ୍ଥିର କରାଯିବ କିନ୍ତୁ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଇପାରିବ ନାହିଁ। ନବାବ ମଲିକ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ସାରା ଦେଶରେ ନବାବ ମଲିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅନ୍ୟପଟେ ଗତ ଫେବ୍ରୁଆରୀ ୨୩ ତାରିଖରେ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନସିପି ନେତା ନବାବ ମଲିକଙ୍କୁ ଗିରଫ କରିଥିଲା। ପ୍ରଥମେ ନବାବଙ୍କୁ ଇଡି ୮ ଘଣ୍ଟା ଧରି ପଚରାଉଚରା କରିଥିଲା ପରେ ତାଙ୍କୁ ଗିରଫ କରିଥିଲା।

Related Posts