କୋରିଆନ୍‌ ସିରିଜ୍‌ରେ ଡେବ୍ୟୁ କରିବେ ଅଭିନେତ୍ରୀ ଅନୁଷ୍କା ସେନ୍‌, ନିଜ ଫ୍ୟାନ୍‌ କୁ ଦେଲେ ଖୁସି ଖବର

ମୁମ୍ବାଇ: ସୋସିଆଲ ମିଡିଆରେ ରାଜ କରୁଥିବା ଅଭିନେତ୍ରୀ ଅନୁଷ୍କା ସେନ୍‌ ଏବେ ଖୁବ ଚର୍ଚାରେ | କମ୍‌ ବୟସରୁ ବଡ଼ ନାଁ କମାଇଥିବା ଏହି ଅଭିନେତ୍ରୀ ଏବେ କୋରିଆନ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି | ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୪ ମିଲିୟନ୍‌ରୁ ବି ଅଧିକ ଥିବା ବେଳେ, ତାଙ୍କୁ ନେଇ ଆସିଥିବା ଏହି ଖବର ତାଙ୍କ ଫ୍ୟାନ୍‌ ମାନକ ମଧ୍ୟରେ ବେଶ ଉତ୍ସାହ ଭରି ଦେଇଛି |

ସେ ଖୁବ୍‌ଶୀଘ୍ର କୋରିଆନ୍‌ ଶୋ’ରେ ନଜର ଆସିବେ। ନିକଟରେ ଏକ ଇଣ୍ଟରଭ୍ୟୁରେ ଏ ନେଇ ଖୁଲାସା କରିଛନ୍ତି ଅନୁଷ୍କା ସେନ୍‌। ସେ କହିଛନ୍ତି, ମୁଁ ଏକ କୋରିଆନ୍‌ ଏଜେନ୍ସି ସହ କାମ କରିବାକୁ ଖୁବ୍‌ ଉତ୍ସାହିତ ଅଛି। ମୁଁ ଏକ କୋରିଆ ୱେବ୍‌ ଶୋ’ରେ ଫିଲ୍ମ କରିବାକୁ ଯାଉଛି। ଏହି ବର୍ଷଟା ମୋ ପାଇଁ ପୂରା ଭିନ୍ନ ରହିବ। ଭାରତ ଓ କୋରିଆ ମଧ୍ୟରେ ଅନେକ କଣ୍ଟେଣ୍ଟ ଆଦାନ ପ୍ରଦାନ ହେଉଛି। ଆମେ ତାଙ୍କ କେ-ଡ୍ରାମା ଓ କେ-ପପ୍‌କୁ ପସନ୍ଦ କରୁଛୁ। ସେମାନେ ବି ଆମ ସିନେମା ଓ ସଂସ୍କୃତିକୁ ପସନ୍ଦ କରୁଛନ୍ତି।

ଅନୁଷ୍କା କହିଛନ୍ତି, କୋରିଆରେ ବି ମୋର ଅନେକ ଫ୍ୟାନ୍‌ ଅଛନ୍ତି। ମୁଁ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ମୋ ଫ୍ୟାନ୍‌ଙ୍କୁ ବହୁତ ଭଲ ପାଏ ଓ ମୁଁ ଆଜି ଯାହା ବି ଅଛି କେବଳ ସେମାନଙ୍କ ପାଇଁ ହିଁ ବୋଲି କହିଛନ୍ତି ଅନୁଷ୍କା ସେନ୍‌। କହିବାକୁ ଗଲେ ଅନୁଷ୍କାଙ୍କୁ ଏବେ ମାତ୍ର ୧୯ ବର୍ଷ। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ୍‌ ସିରିଜ୍‌ ଓ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ ସେ ଏକ ବଡ ପ୍ରୋଜେକ୍ଟରେ କାମ କରିବା ନେଇ ବେଶ୍‌ ଖୁସି ଅଛନ୍ତି । ଏଥିସହ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ଦେଖିବା ପାଇଁ ବେଶ ଉତ୍ସାହ ର ସହ ଅପେକ୍ଷା କରିଛନ୍ତି |

Related Posts