ଅଡୁଆରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ; ଟ୍ୟାକ୍ସ ଦେଇ ନଥିବାରୁ ଘରେ ପହଞ୍ଚିଲା ନୋଟିସ

ଭୁବନେଶ୍ୱର, ୧୭/୧(ସତ୍ୟପାଠ ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ବଢ଼ିଲା ଅଡୁଆ। ଏବେ ଟ୍ୟାକ୍ସ ଚୋରି ମାମଲାରେ ଏବେ ଚର୍ଚ୍ଚାରେ ଐଶ୍ବର୍ଯ୍ୟା। ରିପୋର୍ଟ ଅନୁସାରେ, ଐଶ୍ବର୍ଯ୍ୟାଙ୍କୁ ତାଙ୍କ ଜମିର ବାକି ଟ୍ୟାକ୍ସ ଜମା ନକରିବା କାରଣରୁ ନାସିକ ତହସିଲଦାର ନୋଟିସ୍ ପଠାଇଛନ୍ତି। ଐଶ୍ବର୍ଯ୍ୟା ରାୟଙ୍କୁ ନୋଟିସ୍ ସିନ୍ନର(ନାସିକ) ତହସିଲଦାରଙ୍କ ପକ୍ଷରୁ ପଠାଯାଇଛି।

ରିପୋର୍ଟ ଅନୁସାରେ, ନାସିକ୍ ସିନ୍ନରର ଅଦବାଡି ଶିବରାତରେ ଐଶ୍ବର୍ଯ୍ୟାଙ୍କ ଜମି ରହିଛି। ଏହି ଜମିର ଏକ ବର୍ଷରୁ ଅଧିକ ସମୟର ଟ୍ୟାକ୍ସ ବାକି ରହିଛି, ଯାହାକି ୨୧,୯୬୦ ଟଙ୍କା ରହିଛି। ଏହି ଟଙ୍କାକୁ ଐଶ୍ବର୍ଯ୍ୟା ଜମା କରିନାହାନ୍ତି। ଏହି ବକେୟା ଟ୍ୟାକ୍ସ କାରଣରୁ ତହସିଲଦାର ଐଶ୍ବର୍ଯ୍ୟଶଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି। ନୋଟିସ୍ ୯ ଜାନୁଆରୀରେ ଜାରି କରାଯାଇଥିଲା ଓ ଐଶ୍ବର୍ଯ୍ୟାଙ୍କୁ ଏହା ମିଳିଥିଲା କି ନାହିଁ ତାହା ଜଣାନାହିଁ।

କୁହାଯାଉଛି ଯେ, ଐଶ୍ବର୍ଯ୍ୟାଙ୍କ ପାଖରେ ସିନ୍ନର ଥାନଗାଓଁର ଅଦବାଡି ପାହାଡି ଅଞ୍ଚଳରେ ପ୍ରାୟ ୧ ହେକ୍ଟର ଜମି ରହିଛି। ଐଶ୍ବର୍ଯ୍ୟାଙ୍କ ଉପରେ ଏହି ଜମିର ପ୍ରାୟ ବର୍ଷକର ବକେୟା ରହିଛି। ଐଶ୍ବର୍ଯ୍ୟାଙ୍କ ସହିତ ୧୨୦୦ ଅନ୍ୟ ସମ୍ପତ୍ତି ମାଲିକଙ୍କ ମଧ୍ୟ ଟ୍ୟାକ୍ସ ବକେୟା ରହିଥିବା ନେଇ ନୋଟିସ୍ ଜାରି କରାଯାଇଛି। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି ଟଙ୍କା ଆଦାୟ କରିବାର ଲକ୍ଷ୍ୟ ପୂରଣ କରିବା ପାଇଁ କୁହାଯାଇଛି। କାରଣ ମାର୍ଚ୍ଚ ମାସରେ ରାଜସ୍ବ ବିଭାଗ ପାଇଁ କ୍ଲୋଜିଂ ମାସ ହୋଇଥାଏ। ତେବେ ଏହି ମାମଲାରେ ଐଶ୍ବର୍ଯ୍ୟାଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ।

Related Posts