![](https://www.satyapatha.com/wp-content/uploads/2022/03/pjimage-42-1648699026.jpg)
ମୁମ୍ବାଇ: ଠକେଇ ର ଶିକାର ହେଲେ ବଲିଉଡ ଚଳଚ୍ଚିତ୍ର ଜଗତର ଅନ୍ୟତମ ଜଣାଶୁଣା ଅଭିନେତ୍ରୀ ରିମି ସେନ୍ | ଏନେଇ ସେ ନିଜେ ଠକେଇ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି | ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ ଆରମ୍ଭ କରିଛି | ଅଭିନେତ୍ରୀ ସେନ୍ ପାଖାପାଖି ୪ କୋଟି ଟଙ୍କା ଠକେଇ ର ଶିକାର ହୋଇଥିବା ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି |
ଅଭିନେତ୍ରୀଙ୍କ ସହିତ କଥିତ ଭାବେ ଠକେଇ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଖାର ପୋଲିସ ନିକଟରେ କହିଛି ଯେ, ବଲିଉଡ ଅଭିନେତ୍ରୀ ରିମି ସେନ୍ ଗୋରେଗାଓର ରୋନକ ଜତିନ ନାଁରେ ଜଣେ ବ୍ୟବସାୟୀ ନିବେଶ ନାଁରେ ୪.୧୪ କୋଟି ଟଙ୍କା ଠକିବା ନେଇ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସିର ୪୨୦ ଓ ୪୦୯ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ରିମି ସେନ୍ ହଙ୍ଗାମା, ଧୂମ, ବାଗବାନ, ଗୋଲମାଲ ଭଳି ହିଟ୍ ଫିଲ୍ଲରେ ଅଭିନୟ କରିଛନ୍ତି। କିନ୍ତୁ ତାଙ୍କର ଅସଲ ପରିଚୟ ହେଲା ହାସ୍ୟ ଅଭିନେତ୍ରୀ ଭାବେ। ନିଜର ସୁନ୍ଦର ଚେହେରା ଓ ଅଭିନୟ ପାଇଁ ମଧ୍ୟ ସେ ଦର୍ଶକଙ୍କର ଅତିପ୍ରିୟ। ତାଙ୍କର ଫିଲ୍ମ ଲଗାତାର ହିଟ୍ ହେବା ପରେ ବି ସେ ଫିଲ୍ମ ଶିଳ୍ପରୁ ନିଜକୁ ଦୂରରେ ରଖିଥିଲେ। ସେ ପାଖାପାଖି ୧୦ ବର୍ଷ ହେବ କୌଣସି ଫିଲ୍ମରେ ଅଭିନୟ କରିନାହାନ୍ତି।