ଭୁବନେଶ୍ୱର: ବହୁ ଚର୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଜେରା କରୁଥିବା ବେଳେ, ଆଜି ସିନ୍ ରିକ୍ରିଏସନ | ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନେଇ ସେଠାରେ ସିନ ରିକ୍ରିଏସନ କରିବ ପୋଲିସ । ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼ ବିଧିପାଟଣା ପାହାଡକୁ ସିନ୍ ରିକ୍ରିିଏସନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀମାନେ ହତ୍ୟାକାଣ୍ଡର ଡେମୋ ଦେଖାଇବେ ।
ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଂଚ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଆଜି ହେଉଛି ରିମାଣ୍ଡର ତୃତୀୟ ଦିନ । ତେବେ ପଚରାଉଚରରୁ କିଛି ନୁଆ ତଥ୍ୟ ସାମ୍ନାକୁ ଆସିଛି । ମାନସଙ୍କ ନାଁରେ ଝୁନା ଭୋଇ ଅଣ୍ଡରଟେକିଂ ଲେଖିଥିବା ପୋଲିସ ଝୁନା ଭୋଇଙ୍କ ହସ୍ତଲେଖା ଯାଂଚ ପରେ ଜାଣିବାକୁ ପାଇଛି । ଏପଟେ ମାନସଙ୍କୁ କେମିତି ହତ୍ୟା କରାଯାଇଥିଲା ସାମନାକୁ ଆସିଛି ତାର ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ମାନସଙ୍କୁ ଭୋକରେ ରଖି ନିସ୍ତୁକ ମାଡ ମରାଯାଇଥିଲା । ମାଡରେ ପଞ୍ଜରା ହାଡ ଭାଙ୍ଗିବାରୁ ଅତ୍ୟଧିକ ରକ୍ତସ୍ରାବ ହେଲା ଓ ମାନସଙ୍କ ମୃତ୍ୟୁ ହୋଇଥିଲା ।
ମାନସଙ୍କୁ ଚାନ୍ଦବାଲିରୁ ଅପରହରଣ କରାଯାଇଥିଲା । ସେଠାରୁ ଆଣି ଭୁବନେଶ୍ୱରରେ ହତ୍ୟା କରାଯିବା ପରେ ନୟାଗଡ଼ରେ ନେଇ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ ଅଭିଯୁକ୍ତ । ଏହି ଜଘନ୍ୟ ହତ୍ୟାକଣ୍ଡାର କ୍ରାଇମ୍ ସିନ ରିକ୍ରିଏସ୍ନ ପାଇଁ ଶର୍ମିଷ୍ଠା ଓ ବାକି ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଅଭିମୁଖେ ବାହାରିଛି କ୍ରାଇମ୍ବାଞ୍ଚ । କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠା, ନିରଞ୍ଜନ ଓ ବାକି ଅଭିଯୁକ୍ତଙ୍କୁ ନେଇଛି କ୍ରାଇମ୍ବ୍ରାଞ୍ଚ । ଚାନ୍ଦବାଲି ଅଭିମୁଖେ କ୍ରାଇମ୍ବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରିଛନ୍ତି ।