
ମୁମ୍ବାଇ ୨୫।୦୩ : ଅନେକ ସମୟରେ ନିଜ ରାୟକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସ୍ୱରା ଭାସ୍କର ଏବେ ଲୁଟ ର ଶିକାର ହୋଇଛନ୍ତି। ଆମେରିକାର ଲସ୍ ଆଞ୍ଜଲସ୍ରେ ତାଙ୍କ ଜିନିଷ ଚୋରି ହୋଇଯାଇଛି। ଜଣେ ଉବର ଡ୍ରାଇଭର ତାଙ୍କ ବ୍ୟାଗ୍ ଧରି ଲୁଟ୍ କରିଥିବା ନେଇ ସ୍ୱରା ଅଭିଯୋଗ ଆଣିଛନ୍ତି ।
ଏନେଇ ସ୍ୱରା ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ପୂରା ଘଟଣା ବିଷୟରେ ବଖାଣିଛନ୍ତି। ଏଥିସହ ଉବର କମ୍ପାନୀକୁ ସହାୟତା ମଧ୍ୟ ମାଗିଛନ୍ତି। ସ୍ୱରା ଟ୍ୱିଟ୍ କରି ଲେଖିଛନ୍ତି, ‘ଉବର, ତୁମର ଜଣେ ଡ୍ରାଇଭର ମୋ କାରରେ ଥିବା ଖାଦ୍ୟ ସାମଗ୍ରୀ ଅନ୍ୟାନ୍ୟ ଜିନିଷ ନେଇ ଫେରାର ହୋଇଯାଇଛି। ଲାଗୁଛି ଆପଣଙ୍କର ଆପରେ ଏହାକୁ ରିପୋର୍ଟ କରିବାର କୌଣସି ମୂଲ୍ୟ ନାହିଁ, ଏହା କୌଣସି ହଜିଯାଇଥିବା ଜିନିଷ ନୁହେଁ। ସେ ମୋର ଜିନିଷ ଚୋରି କରିଛନ୍ତି, ମୁଁ ମୋର ଜିନିଷ ଫେରାଇ ପାଇ ପାରିବି କି ….
ଅଭିନେତ୍ରୀଙ୍କ ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲୋକମାନେ ତାଙ୍କୁ ପରିହାସ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘୧୦୦ ଗ୍ରାମ ଗ୍ରୋସରୀ ପାଇଁ ଏତେ ଚିଲାଉଛ କାହିଁକି?’ ସ୍ୱରା ନିଜ ପରିବାର ସହ ହୋଲି ସେଲିବ୍ରେଟ୍ କରିବା ପରେ ବିଦେଶ ବୁଲିବାକୁ ଯାଇଛନ୍ତି। ସେ ଲଗାତାର ନିଜ ଇନଷ୍ଟାଗ୍ରାମରେ ଏହାର ଫଟୋ ସେୟାର କରିଛନ୍ତି । ସେପଟେ ଏହି ତ୍ଵିଟ କୁ ନେଇ ଉବେର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ ।