ପୁରୀ ଗଣ୍ଡଗୋଳ, ଆଉ 9 ଗିରଫ

ପୁରୀରେ ଗଣ୍ଡଗୋଳ ଘଟଣାରେ ଆଉ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ଗିରଫ ହୋଇଥିବା ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନେ ସମସ୍ତେ 3 ତାରିଖ ପୁରୀ ବନ୍ଦ ବେଳେ ପୋଡ଼ାଜଳା ଓ ଲୁଟ୍‌ ଉଦ୍ୟମ କରିଥିବା କହିଛି ପୋଲିସ । ଆହୁରି ବହୁ ସଂପୃକ୍ତଙ୍କୁ ଗିରଫ କରାଯିବ । ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ସେବାୟତଙ୍କ ପକ୍ଷରୁ ସଫେଇ ଦିଆଯାଇଛି । ଆନ୍ଦୋଳନରେ ସେବାୟତଙ୍କର ସାମିଲ ନାହିଁ କିମ୍ବା ସେମାନେ ହିଂସାକାଣ୍ଡରେ ସଂପୃକ୍ତ ନାହାନ୍ତି ବୋଲି କହିବା ସହ ଶ୍ରୀମନ୍ଦିର ୪ ଦ୍ବାରରେ ପୋଷ୍ଟର ଲଗାଯାଇଛି । ଯଦି ପୋଲିସ ଆନ୍ଦୋଳନକାରୀ ଭାବେ ସେବାୟତଙ୍କୁ ଗିରଫ କରେ, ତେବେ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ସେପଟେ ଏହି ଘଟଣା ନେଇ ଆରମ୍ଭ ହୋଇଛି ରାଜନୀତି । ଗଣ୍ଡଗୋଳ ଘଟଣାରେ ବିଜେପି କର୍ମୀଙ୍କ ହାତ ଥିବା ବିଜେଡି ଅଭିଯୋଗ କରିଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ ସଭା କରିଛି ବିଜେଡି । କିନ୍ତୁ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।

Related Posts