ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରତ୍ନବେଦୀରୁ ଆସି ଜନ୍ମବେଦୀରେ ବୀଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମାଉସୀ ଘରେ କରୁଛନ୍ତି ଲୀଳାଖେଳା । ଏହାକୁ ଦେଖିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ । ସକାଳ ସାତଟାରୁ ସାହାଣମେଲା ଦର୍ଶନ କରୁଛନ୍ତି ଭକ୍ତମାନେ । ଆଜିର ସକାଳ ଧୂପରେ ଅବଢ଼ା ମିଳିବ ।

ଗତକାଲି ରଥାରୂଢ଼ ଶ୍ରୀଜୀଉ ଆଡ଼ପମଣ୍ଡପକୁ ବୀଜେ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ନିର୍ଦ୍ଦାରିତ ସମୟରେ ଏହି ଆଡ଼ପ ବୀଜେ ନୀତି ହୋଇଥିଲା । ଗୋଟି ପହଣ୍ଡିରେ ତିନି ଦିଅଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ । ପ୍ରଥମେ ମଦନମୋହନ ଓ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ସୁରୁଖରେ ସମ୍ପନ୍ନ ହୋଇଥିଲା।

Related Posts