ଜାଣନ୍ତୁ କେତେ ଦିନ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି…

ଯୁକ୍ତ ଦୁଇ ନାମଲେଖାର ଅବଧି ବଢ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି।

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୩ରୁ ଜୁଲାଇ ୬ ଯାଏଁ ତାରିଖ ଧାର୍ଯ୍ୟ ହୋଇଥିଲା । ଯାହାର ଆଜି ଶେଷଦିନ ଥିଲା । ତେବେ ଆଡମିସନ ପାଇଁ ଉଦିଷ୍ଟ ସର୍ଭରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଥିଲା । ତେଣୁ ଏହି ଅବଧୀକୁ ଆହୁରି ୨ଦିନ ବୃଦ୍ଧି କରାଯାଇଛି । ଆହୁରି ମଧ୍ୟ ୮ତାରିଖ ରବିବାର ଥିବାରୁ ଛାତ୍ରଛାତ୍ରୀମାନେ ୮ ଏବଂ ୯ ତାରିଖରେ ନିଜର ଆଡମିସନ କରିପାରିବେ ବୋଲି ବିଭାଗ ତରଫରୁ କୁହାଯାଇଛି ।

Related Posts