ଅନଲାଇନ ଟ୍ରେଡିଂରେ ଟଙ୍କା ଲଗାଇବା ନିଶା: କ୍ଷତି ସହି ନପାରି ଜୀବନ ହାରିଲେ ଜଣେ ଯୁବକ

ବାଲେଶ୍ୱର: ଅନଲାଇନ ଟ୍ରେଡିଂରେ ଟଙ୍କା ଲଗାଇବା ଆଜି କଲି ଯୁବ ପିଢିଙ୍କ ପାଇଁ ଏକ ନିଶା ପାଲଟିଯାଇଛି | ଜଲ୍ଦି ବଡ ଲୋକ ହେବାର ନିଶା ତାଙ୍କୁ ବାୟା କରୁଛି | ତେବେ ଏନେକ ସମୟରେ ଏହି ନିଶା ପାଇଁ ଅଘଟଣ ଘଟୁଥିବା ନଜର ଆସୁଥିବା ବେଳେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଆମ୍ବଳିଅଠା ଗାଁରୁ ଆସିଛି ଏମିତି ଏକ ଦୁଖଦ ଖବର | ସାଙ୍ଗ ମାନଙ୍କ ସହ ମିଶି ଅନଲାଇନ ଟ୍ରେଡିଂରେ ଟଙ୍କା ଲଗାଇବା ନିଶା ଆଜି ତାଙ୍କୁ ସର୍ବହରା କରିଦେଇଛି | ଫଳରେ ଅତ୍ମହତ୍ୟ କରିଛନ୍ତି ଜଣେ ଯୁବକ | ତାଙ୍କ ଅତ୍ମହତ୍ୟ କୁ ନେଇ ଏବେ ପରିବାର ଓ ଗାଁ ରେ ଶୋକାକୁଳ ପରିବେଶ ଖେଳିଯାଇଛି |

ମୃତ୍ୟୁ ପୂର୍ବରୁ ପୁଅର ଶେଷ ତଥା ହାତ ଭରା ଚିଠି ପଢି ଭାଙ୍ଗି ପଡିଛନ୍ତି ପରିବାର ଲୋକ | “ମା’ ବାବା ମୋତେ କ୍ଷମା କରିଦେବ । ମୁଁ ମୋ ଜୀବନରେ ତମମାନଙ୍କ ସହ ଏପରି କରିବି ବୋଲି ଭାବି ନ ଥିଲି। ମୋ ପରିସ୍ଥିତି ମୋତେ ଏପରି କରିବାକୁ ବାଧ୍ୟ କଲା। ମୁଁ ଯେତେ ତା’ ଭିତରୁ ବାହାରିବାକୁ ଚେଷ୍ଟା କଲି ତା’ ଭିତରେ ସେତେ ପଶିଗଲି। ଭଗବାନଙ୍କ ପାଖରେ ଏତିକି ଗୁହାରି କରୁଛି ମୁଁ ଚାଲିଗଲା ପରେ ତମକୁ ଟିକେ ଖୁସିରେ ରଖନ୍ତୁ ଯାହା ମୁଁ ମୋ ଜୀବନ କାଳ ଭିତରେ ଦେଇ ପାରିଲିନି । ଦୟା କରି ମୋତେ କ୍ଷମା କରିଦେବ ।”

ସୂଚନାଯୋଗ୍ୟ, ସୌମିତ୍ରଙ୍କ ବାପା ସ୍ୱରୂପ ନନ୍ଦୀଙ୍କ କହିବାନୁଯାୟୀ, ସୌମିତ୍ର ବାଙ୍ଗାଲୋରରେ ଇନଫୋସିସି କମ୍ପାନୀରେ ସଫ୍ଟୱେର କାର୍ଯ୍ୟ କରୁଥିଲେ। କରୋନା ସମୟରେ ଅଫିସ ବନ୍ଦ ହେବା ପରେ ଘରେ କାମ କରୁଥିଲେ। ଏହି ସମୟରେ ସେ ବାଙ୍ଗାଲୋରର ନିଜର ୨ ସାଙ୍ଗ ଓ ଭୁବନେଶ୍ୱରର ଜଣେ ସାଙ୍ଗଙ୍କ ସହ ମିଶି ଅନଲାଇନ୍‌ ଟ୍ରେଡିଂ ଆରମ୍ଭ କଲେ। ସୌମିତ୍ରଙ୍କ ମୋବାଇଲରେ ତାଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଉକ୍ତ ଆକାଉଣ୍ଟରୁ ଟ୍ରେଡିଂ କରାଯାଉଥିଲା । ଫଳରେ ଲାଭ ହେଲେ ସବୁ ସାଙ୍ଗ ନେଉଥିବା ବେଳେ ଆର୍ଥିକ କ୍ଷତି କିନ୍ତୁ ସୌମିତ୍ରଙ୍କୁ ଭରଣା କରିବାକୁ ପଡୁଥିଲା । ମନା କରିବା ସତ୍ତ୍ୱେ ସାଙ୍ଗମାନେ ସୌମିତ୍ରଙ୍କ ଆକାଉଣ୍ଟ ବ୍ୟବହାର କରି ଜୋର ଜବରଦସ୍ତ ଟଙ୍କା ଲଗାଉଥିଲେ ।

ଏହିପରି ସୌମିତ୍ର ଲକ୍ଷାଧିକ ଟଙ୍କା ନିଜ ସାଙ୍ଗମାନଙ୍କୁ ଦେବା ସତ୍ତ୍ୱେ ବାକି ଟଙ୍କା ନ ଦେଇ ପାରିବାରୁ ଜଳେଶ୍ୱର ଥାନାରେ ମାମଲା ପହଞ୍ଚିଥିଲା। ତାଙ୍କ ବାପା ଜମି ଜାଗା ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିଲେ। ଏପରିକି ଆଇଆଇସିସି ପୁଅର ମୋବାଇଲ ଓ ଲାପଟପ ଛଡାଇ ରଖିଦେଇଥିବା କହିଛନ୍ତି ମୃତକଙ୍କ ପିତା। ଏହିଭଳି ବାରମ୍ବାର ବ୍ଲାକମେଲର ଶୀକାର ହେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଅଣିଛନ୍ତି ପରିବାର ଲୋକେ ।

Related Posts