ହସପିଟାଲରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ

ହସପିଟାଲରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ | ହାର୍ନିଆ ଅପରେଶନ ପାଇଁ ଦିଗବିଜୟଙ୍କୁ ଦିଲ୍ଲୀର ମାକ୍ସ ହସପିଟାଲାରେ ଭର୍ତ୍ତି କରାଯାଇଛି | ରାଜ୍ୟସଭା ଏମପି ଦିଗବିଜୟଙ୍କର ସଫଳତାର ସହ ହାର୍ନିଆ ଅପରେଶନ ହୋଇଥିବା ନେଇ ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଦିଗବିଜୟ ଦୁଇଦିନ ହେବ ଡାକ୍ତରଙ୍କ ଅବଜରଭେଶନ୍‌ରେ ଅଛନ୍ତି | ମାକ୍ସ ହସପିଟାଲରେ ଡାକ୍ତର ପ୍ରଦୀପ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର ହୋଇଛି। ତେବେ ଦୁଇ ଦିନ ପରେ ଦିଗବିଜୟ ମେଡିକାଲରୁ ସୁସ୍ଥ ହୋଇ ସଂସଦୀୟ ଅଧିବେଶନରେ ଭାଗ ନେବେ। ତେବେ ବର୍ତ୍ତମାନ ତାଙ୍କ ଶରୀର ସୁସ୍ଥ ଥିବା ମେଡିକାଲ ପକ୍ଷରୁ କୁହାଯା‌ଇଛି।

୭୫ ବର୍ଷୀୟ ଏହି ରାଜନେତା କଂଗ୍ରେସର ଜଣେ ଟାଣୁଆ ଏବଂ ବରିଷ୍ଠ ନେତାଭାବେ ପରିଚିତ। ପ୍ରତ୍ୟେକ ପ୍ରସଙ୍ଗରେ ଶାସକ ବିଜେପି ସରକାରକୁ ଶାଣିତ ସମାଲୋଚନା କରି ଚର୍ଚ୍ଚାରେ ରୁହନ୍ତି ଦିଗବିଜୟ। ତେବେ ସମ୍ପ୍ରତି ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦିଗଜବିଜୟ ଚିନ୍ତାପ୍ରକଟ କରିଛନ୍ତି। କଂଗ୍ରେସକୁ ତ୍ରୁଣମୂଳସ୍ତରରେ ମଜବୁତ କରିବାକୁ ଗାନ୍ଧି ପରିବାରକୁ ସେ ପରାମର୍ଶ ଦେଇଛନ୍ତି।

ଏଥିପାପଇଁ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦେଶବ୍ୟାପୀ ଯାତ୍ରା କରି କଂଗ୍ରେସର ବିଚାରଧାରାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Related Posts