ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଓଡ଼ିଶାର କୁନି ଦେହୁରୀଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କାର୍ଯ୍ୟକ୍ରମରେ ଓଡ଼ିଶାର କୁନି ଦେହୁରୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଛଠ ପୂଜାରେ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସୌର ଶକ୍ତିରୁ ବିଜୁଳି ଉତ୍ପନ କରି ଭାରତ ଆଗକୁ ବଢୁଛି ବୋଲି କହିଛନ୍ତି ମୋଦି । ସୌର ଶକ୍ତି ଗରିବରୁ ମଧ୍ୟମ ଶ୍ରେଣୀର ଲୋକଙ୍କ ଜବୀନ ବଦଳାଉଛି।

ସୋଲାର ଏନର୍ଜୀକୁ ନେଇ ନୂଆ ସ୍ୱପ୍ନ ଦେଖୁଛି ଦୁନିଆ । ସୌରଶକ୍ତି ବିଜୁଳି ଖର୍ଚ୍ଚ କମାଇ ଆୟ ବଢାଉଛି । କିଷାନ କୁସୁମ ଯୋଜନାରେ ସୋଲାର ପମ୍ପ ଲାଗୁଛି । ସାରା ବିଶ୍ୱ ଭାରତର ଉପଲବ୍ଧି ଦେଖୁଛି । ଏହା ସହ କେନ୍ଦୁଝରର ଝିଅ କୁନି ଦେହୁରୀଙ୍କୁ ପ୍ରଶଂସା କରିଛନ୍ତି ମୋଦି ।

ସୌରଶକ୍ତି ଜରିଆରେ କୁନି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ IIT ଭୁବନେଶ୍ୱର କଥା କହିଥିଲେ । ନବଜାତଙ୍କ ପାଇଁ ଭେଣ୍ଟିଲେଟର ବିକଶିତ କରିଛି IIT ଭୁବନେଶ୍ୱରର ଏକ ଟିମ୍‌ । ବ୍ୟାଟେରୀ ଦ୍ୱାରା କାର୍ଯ୍ୟ କରୁଛି ଏହି ସହଜ ଭେଣ୍ଟିଲେଟର । ଉପାନ୍ତ ଅଞ୍ଚଳରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ନବଜାତଙ୍କ ଜୀବନ ସୁରକ୍ଷାରେ ଏହା ସାହାଯ୍ୟ କରିବ।

Related Posts