ଯୋଗୀ ଙ୍କ ରିଭଲଭର ର ଦାମ କେତେ? ଗତ ୫ ବର୍ଷରେ ଆୟ ୭୦ ଲକ୍ଷ ଟଙ୍କl

ସତ୍ୟପାଠ ବ୍ୟୁରୋ, ୦୫/୦୨: ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଗୋରଖପୁର ନିର୍ବାଚନ ମଣ୍ଡଳୀରୁ ବି ଜେ ପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଯୋଗୀ ତାଙ୍କ ନିର୍ବାଚନ ଆଫିଡେଭିଟରେ ମୋଟ ଏକ କୋଟି ୫୪ ଲକ୍ଷ୍ ୯୪ ହଜାର (1,54,94,054) ଟଙ୍କା ମୂଲ୍ୟର ସମ୍ପତ୍ତି ଘୋଷଣା କରିଛନ୍ତି। ଯେଉଁଥିରେ ନଗଦ ଟଙ୍କା, ବ୍ୟାଙ୍କ ବାଲାନ୍ସ ଏବଂ ଫିକ୍ସଡ ଜମା ରହିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଏହି ପ୍ରମାଣପତ୍ରରେ ଘୋଷଣା କରିଛନ୍ତି ଯେ ତାଙ୍କ ପାଖରେ 20 ଗ୍ରାମ ଓଜନ ବିଶିଷ୍ଟ ଏକ ସୁନା କାନଫୁଲ ଏବଂ ରୁଦ୍ରାକ୍ଷ ଲାଗିଥିବା 10 ଗ୍ରାମ ଓଜନର ସୁନା ହାର ଯାହାର ମୂଲ୍ୟ 20,000 ଟଙ୍କା ରହିଛି। ସେ ଯେଉଁ ସ୍ମାର୍ଟଫୋନ୍ ବ୍ଯବହାର କରନ୍ତି ତାହାର ମୂଲ୍ୟ 12,000 ଟଙ୍କା |

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ଗୋରଖପୁର ସହରୀ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବ୍ୟକ୍ତିଗତ ସୁରକ୍ଷା ପାଇଁ ଆଦିତ୍ୟନାଥଙ୍କ ପାଖରେ ରିଭଲଭର ଲାଇସେନ୍ସ ରହିଛି। ଯୋଗୀ ଯେଉଁ ରିଭଲଭର ରଖିଛନ୍ତି ତାହାର ମୂଲ୍ୟ ଏକ ଲକ୍ଷ ଟଙ୍କା। ଏବଂ ଏହାବ୍ୟତୀତ ଯୋଗୀଙ୍କ ପାଖରେ ଗୋଟିଏ ରାଇଫଲ ମଧ୍ୟ ରହିଛି। ଯୋଗୀଙ୍କ ରାଇଫଲର ମୂଲ୍ୟ 80,000 ଟଙ୍କା ବୋଲି ସେ ସତ୍ୟପାଠ ରେ ଦର୍ଶାଇଛନ୍ତି। ତାଙ୍କ ନାମରେ କୌଣସି ଗାଡି ପଞ୍ଜିକୃତ ହୋଇ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ରୋଜଗାର ବିଷୟରେ ବର୍ଣ୍ଣନା କରି ଯୋଗୀ ଆଦିତ୍ୟନାଥ ତାଙ୍କ ଆଫିଡେଭିଟରେ ଘୋଷଣା କରିଛନ୍ତି ଯେ ସେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୭୦ ଲକ୍ଷ ଟଙ୍କା ଆୟା କରିଛନ୍ତି। 2020-21 ଆର୍ଥିକ ବର୍ଷରେ ତାଙ୍କ ଆୟ 13,20,653 ଟଙ୍କା, 2019-20 ବର୍ଷରେ 15,68,799 ଟଙ୍କା, 2018-19 ବର୍ଷରେ 18,27,639 ଟଙ୍କା, 2017-18 ଆର୍ଥିକ ବର୍ଷରେ 14,38,670 ଟଙ୍କା ଏବଂ 2016-17 ବର୍ଷରେ 8,40,998 ଟଙ୍କା |

Related Posts