ବିଧାନସଭାରେ ଠିକା ନିଯୁକ୍ତି ନେଇ ମୁଲତବୀ ଆଲୋଚନା; ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଠିକା ନିଯୁକ୍ତିରେ ଚାଲିଛି ଓଡିଶା ସରକାର ଶିର୍ଷକ ମୁଲତବୀ ପ୍ରସ୍ତାଵ ଗୃହରେ ବିଜେପି ପକ୍ଷରୁ ଆଗତ କରଯାଇଥିଲା । ଆଲୋକଚନାରେ ଅଂଶ ଗ୍ରହଣ କରି ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ରାଜ୍ୟସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହାଜର ୫ଶହ ୫୯ ସରକାରୀ ପଦବୀ ଖାଲି ପଡ଼ିଛି।ଗୃହ ବିଭାଗରେ ୨୬୭୯୮, ରାଜସ୍ୱରେ ୧୨୭୬୧, ବିଦ୍ୟାଳୟ ଓ ଗଣଶିକ୍ଷା ରେ ସର୍ବାଧିକ ୬୧,୮୩୬, ସ୍ୱାସ୍ଥ୍ୟ ବିଭାରେ ୩୬,0୪୫, ଜଳ ସମ୍ପଦ ବିଭଗରେ ୮,୭୫୩, କୃଷି ବିଭଗରେ ୯,୬୮୬, ଉଚ୍ଚ ଶିକ୍ଷା ବିଭଗ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭଗରେ ୫୮୧୪, ଅର୍ଥ ବିଭଗରେ ୩୪୪୦ ପଦବୀ ଖାଲି ପଡିଛି। ହେଲେ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନଦେଇ ଜିଏସଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି। ଯାହା ଯୁବକ ଯୁବତୀଙ୍କ ପାଇଁ ରାଜ୍ୟରେ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତିବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ କହିଛନ୍ତି ଯେ, କେବଳ ଗୃହ , ଶିକ୍ଷା, ଓ ସ୍ୱାସ୍ଥ୍ୟ ଭଳି ତିନୋଟି ବିଭାଗରେ ୧ ଲକ୍ଷରୁ ଅଧିକ ପଦଵୀ ଖାଲି ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ୭୦ ଟି ବ୍ଲଡ଼ ବ୍ୟାଙ୍କରେ ୧୮୦ ଜଣ ଠିକା କର୍ମଚାରି ଅଛନ୍ତି । ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ଦେଇ ବାହାବା ନେଉଛନ୍ତି। ଠିକା ନିଯୁକ୍ତି ଫଳରେ ରାଜ୍ୟରେ ଦୁର୍ନୀତି ଓ ଅପରାଧ ବଢ଼ିବାରେ ଲାଗିଛି ବୋଲି ତାରା କହିଛନ୍ତି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜରୀ ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖି କହିଛନ୍ତି ଯେ, ୨ ଲକ୍ଷ ପଦବୀ ଖାଲି ପଡିନାହିଁ , ମାତ୍ର ୭୩୪୫୧ ମୂଳ ପଦବୀ ଖାଲିପିଡ଼ିଛି। ବାକି ପଦବୀ ପଦୋନ୍ନତି ଦ୍ୱାରା ପୁରାଣ କରାଯିବ। ଏଥିପାଇଁ ମିଶନ ମୋଡ଼ରେ ପଦୋନ୍ନତି ଦେବା ପାଇଁ ସବୁ ବିଭାଗକୁ ନିର୍ଦେଶ ଦିଆଯାଉଛି। ଇତି ମଧ୍ୟରେ ୪୮,୮୭୦ ଇନିସିଆଲ ନିଯୁକ୍ତି ଦିଆଯାଇଛି। ୩୨,୯୪୫ ନୂଆ ପଦବୀ ସୃଷ୍ଟି କରାଯାଇଛି। ଚଳିତ ବର୍ଷ ଓପିଏସସି ଜରିଆରେ ୬୮୩୯, ଓଏସଏସସି ଜରିଆରେ ୨୬୭୮ ଏବଂ ଓଏସସିସି ଜରିଆରେ ୭୯୦୨ ମୂଳ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ସରକାରୀ ନିଯୁକ୍ତିର ପ୍ରତିବନ୍ଧକ ନାହିଁ। ନିଯୁକ୍ତି ପକ୍ରିୟା ଜାରି ରହିଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

Related Posts