ବାରମ୍ୱାର ହୋହାଲ୍ଲା ପରେ ଚାଲିପାରୁନି ବିଧାନସଭାର ଗୃହ କାର୍ଯ୍ୟ: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ଶୀତକାଳୀନ ବିଧାନସଭା ଆରମ୍ଭ ହେବା ଦିନଠୁ ଗୋଟିଏ ଦିନ ବି ସୁରୁଖୁର ରେ ଚାଲିନି ଗୃହ କାର୍ଯ୍ୟ । ବାରମ୍ୱାର ହୋହାଲ୍ଲା ପରେ ଚାଲିପାରୁନି ବିଧାନସଭାର ଗୃହ କାର୍ଯ୍ୟ । ଫଳରେ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ବାଚସ୍ପତିଙ୍କ ଚ୍ୟାମ୍ବରେ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସିପିଏମ ନେତା ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ଅଛନ୍ତି ।

Related Posts