୮ ବର୍ଷ ସରକାର ଚଳାଇବା ପରେ ମୋଦିଙ୍କୁ କାଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପାଦଦେଶରେ ଆଶ୍ରୟ ନେବାକୁ ପଡ଼ୁଛି: କେଜ୍ରିୱାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତଙ୍କୁ କେନ୍ଦ୍ର କରି ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ’କୁ ନେଇ ଚାଲିଥିବା ରାଜେନୈତିକ ଅସ୍ଥିରତା ବନ୍ଦ ହେବା ଭଳି ମନେ ହେଉନାହିଁ। ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ୨୪ ମାର୍ଚ୍ଚରେ ବିଧାନସଭାରେ ତାଙ୍କ ଅଭିଭାଷଣରେ ସେ କହିଥିଲେ ଯେ ‘ଆଜି ଭାରତୀୟ ଜନତା ପାର୍ଟି ସାରା ଦେଶରେ ଛବି ପୋଷ୍ଟର ଲଗାଉଛନ୍ତି। ଆପଣ ରାଜନୀତିକୁ କଣ ଫିଲ୍ମର ପୋଷ୍ଟର ଲଗାଇବାକୁ ଆସିଛନ୍ତି ? ତୁମେ ତୁମର ପିଲାମାନଙ୍କୁ କଣ ଉତ୍ତର ଦେବ? ପିଲାମାନେ ଯେତେବେଳେ ପଚାରିବେ ତୁମେ କଣ କରୁଛ ? ସେତେବେଳେ କଣ କହିବ ମୁଁ ଫିଲ୍ମ ପୋଷ୍ଟର ଲଗାଏ । କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଘୋର ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ୮ ବର୍ଷ ଧରି ସରକାର ଚଳାଇବା ପରେ ଯଦି ଦେଶର ପ୍ରଧାନମନ୍ତ୍ରୀ ବିବେକ ଅଗ୍ନିହୋତ୍ରୀଙ୍କ ପାଦଦେଶରେ ଆଶ୍ରୟ ନେବାକୁ ପଡିବ, ତେବେ ଏହାର ଅର୍ଥ ହେଉଛି ଯେ ପ୍ରଧାନମନ୍ତ୍ରୀ କୌଣସି କାର୍ୟ୍ୟ କରିନାହାଁନ୍ତି।

୮ ବର୍ଷ ନଷ୍ଟ । ସେମାନେ କହୁଛନ୍ତି କାଶ୍ମୀର ଫାଇଲକୁ ଫ୍ରି କର । ଆରେ ଫିଲ୍ମକୁ ୟୁଟୁ୍ୟବରେ ଅପଲୋଡ କର । ତାହା ମାଗଣା ହୋଇଯିବ । ଆପଣ ଏହାକୁ ଟିକସମୁକ୍ତ କାହିଁକି କରୁଛନ୍ତି? ଯଦି ଆପଣଙ୍କର ଏହି ବହୁତ ହବି ଅଛି, ତେବେ ବିବେକ ଅଗ୍ନିହୋଟ୍ରିଙ୍କୁ କୁହନ୍ତୁ ସେ ୟୁଟ୍ୟୁବରେ ଅପଲୋଡ କରିବେ । ସମସ୍ତ ଲୋକ ଏହାକୁ ଗୋଟିଏ ଦିନ ମଧ୍ୟରେ ଦେଖିବେ । କିଛି ଲୋକ କାଶ୍ମୀରୀ ପଣ୍ଡିତଙ୍କ ନାମରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏବଂ ଆପଣ ପୋଷ୍ଟର ଲଗାଇବା କାର୍ୟ୍ୟ ଦେଇଛନ୍ତି। ଆଖି ଖୋଲଟ୍ଟ।କେବଳ ଏତିକି ନୁହେଁ ବରଂ ମୋଦି ଲୋକଙ୍କୁ କିଛି ନା କିଛି କାମ ଦେଉଥାନ୍ତି ସବୁବେଳେ । ପୂର୍ବରୁ କୃଷି ଆଇନ ଥିଲା, ଯେଉଁଠି ମୋଦିଙ୍କୁ ପ୍ରଶଂସା କରାଯାଉଥିଲା । ଆଉ ଏବେ କାଶ୍ମୀର ଫାଇଲ୍ସ ଦିଆଯାଇଛି । ଯେଉଁଠି ଲୋକମାନେ ପୁଣିଥରେ ମୋଦିଙ୍କର ଗୁଣଗାନ କରୁଛନ୍ତି । ଆଖି ଖୋଲନ୍ତୁ ସମସ୍ତେ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Related Posts