କରୋନା ଔଷଧ ପରେ, ଆଣ୍ଟିବଡି ପରୀକ୍ଷା ନିମନ୍ତେ ‘ଡିପକୋଭାନ୍‍’ : DRDOକୁ ଆଉଏକ ବଡ଼ ସଫଳତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ଭାଇରସର ପ୍ରକୋପ ବ୍ୟାପିବାରେ ଲାଗିଛି । କରୋନର ଦ୍ୱିତୀୟ ଲହରର ଆତଙ୍କକୁ ଦୃଷ୍ଟିରେ ରଖି ଟେଷ୍ଟିଂକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲି ଆସୁଛି । ଏପରିକି କରୋନାର ଟେଷ୍ଟିଂର ରେଜଲ୍ଟ ବାହାରିବାରେ ଅନେକ ବିଳମ୍ବରେ ହେଉଥିବା ଦେଖିବାକୁ ମିଳିଥାଏ। ଏପରି ସମୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହାର ଆଉ ଏକ ସଫଳତାକୁ ଉନ୍ମୋଚନ କରିଛି ଯାହାକି COVID-19 ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢେଇରେ ସାହାଯ୍ୟ କରିବ। DRDO ର ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିଓଲୋଜି ଆଣ୍ଡ ଆଲାଇଡ୍ ସାଇନ୍ସେସ୍ (DIPAS) ଏକ ଆଣ୍ଟିବଡି ଚିହ୍ନଟ-ଆଧାରିତ କିଟ୍ ‘DIPCOVAN’, ପ୍ରସ୍ତୁତ କରିଛି। ଏହାକୁ ଦିଲ୍ଲୀର ଭେନ୍‌ଗାର୍ଡ ଡାୟଗୋନିଷ୍ଟିକ୍‌ ପ୍ରଇଭେଟ୍‌ ଲିମିଟେଡ୍‌ର ସହଭାଗିତାରେ ବିକଶିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‍ଡିଓର ଏଭଳି ସଫଳ ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଛନ୍ତି। କିଟ୍‌ ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଭାରତୀୟ ବୈଜ୍ଞାନିକ ଏହାକୁ ବିକଶିତ କରିଛନ୍ତି। ଦିଲ୍ଲୀର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୧୦୦୦ ରୋଗୀଙ୍କ ଶରୀରରେ ଏହାର ପରୀକ୍ଷା କରିବା ପରେ ଏହି କିଟ୍‌ର କାର୍ଯ୍ୟଦକ୍ଷତା ନେଇ ସାର୍ବଜନୀନ କରାଯାଇଛି। ଗତବର୍ଷରୁ ଏହି କିଟ୍‌ର ୩ଟି ସ୍ତରରେ ପରୀକ୍ଷଣ କରାଯାଇଛି। ଏପ୍ରିଲ୍‌ ୨୦୨୧ରେ ଏହି କିଟ୍‌କୁ ଇଣ୍ଡିଆନ୍‌ କାଉନସିଲ୍‌ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ମାନ୍ୟତା ଦିଆଯାଇଥିଲା। ଚଳିତ ମେ’ ମାସରେ ଏହି କିଟ୍‌ର ବ୍ୟବହାରକୁ ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ମଞ୍ଜୁରୀଦେଇଛି । ଏହି କିଟ୍‌ ୯୭% ଉଚ୍ଚ ସମ୍ବେଦନଶୀଳତା ସହ ଭାଇରସର ସ୍ପାଇକକୁ ଡିଟେକ୍ଟ କରିପାରିବ ଏବଂ ସ୍ପାଇକ୍ ପ୍ରୋଟିନକୁ ୯୯% ସମ୍ବେଦନଶୀଳ ସହ ଚିହ୍ନଟ କରିପାରିବ । ଭାନଗାର୍ଡ ଡାଇଗ୍ନୋଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ଏହାକୁ ଚଳିତ ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଲଞ୍ଚ କରିବ। ଭାନଗାର୍ଡ ଡାଇଗ୍ନୋଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ DIPCOVANର ପ୍ରାୟ ୧୦୦ କିଟ୍ ଲଞ୍ଚ କରିବ, ଯେଉଁଥିରେ ପାଖାପାଖି ୧୦ହଜାର ପରୀକ୍ଷଣ କରାଯାଇ ପାରିବ। ଏହି ପରୀକ୍ଷାର ଦାମ ୭୫ ଟଙ୍କା ହେବ ବୋଲି କୁହାଯାଉଛି । ବୁଧବାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କୋଭିସେଲ୍ଫ ନାମର ହୋମ୍ ଟେଷ୍ଟିଂ କିଟକୁ ମଧ୍ୟ ଅନୁମୋଦନ ଦେଇଥିଲା, ଯାହା ଏକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ (RAT) କିଟ୍‌। ଏହି କିଟ୍ ମାଧ୍ୟମ ରେ ଲୋକେ ଘରେ ବସି ନିଜର କରୋନା ଟେଷ୍ଟ କରିପାରିବେ।

Related Posts