
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ହୁହୁ ହୋଇ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ରାଜସ୍ଥାନର ଖାଦ୍ୟ ଏବଂ ବେସାମରିକ ଯୋଗାଣ ମନ୍ତ୍ରୀ ପ୍ରତାପ ସିଂ ଖାଚରିଆବାସ ବିରୋଧ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସେ କଂଗ୍ରେସର ନୈତିକ ମୂଲ୍ୟବୋଧକୁ ଦୋହରାଇଛନ୍ତି ଏବଂ କହିଛନ୍ତି ଯେ କଂଗ୍ରେସ ମରିଯିବ କିନ୍ତୁ ଦେଶ ଉପରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି । ସେପଟେ ଅଶୋକ ଗେହଲୋଟଙ୍କ ମନ୍ତ୍ରୀ ପ୍ରତାପ ସିଂ ଖାଚାରିଆଭାସ କହିଛନ୍ତି ଯେ ମିଥ୍ୟା କହିବା, ଲୋକଙ୍କୁ ବିଭ୍ରାନ୍ତ କରି ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପି ଜିତିଛି। କିନ୍ତୁ ନିର୍ବାଚନ ଫଳାଫଳ ବାହାରିବା ମାତ୍ରେ ଇନ୍ଧନ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଲା ବୋଲି କଲେକ୍ଟର ସର୍କଲରେ କଂଗ୍ରେସର ଜୟପୁର ୟୁନିଟ୍ ଦ୍ୱାରା ଆୟୋଜିତ ଏକ ପ୍ରତିବାଦରେ ସାମିଲ ହୋଇ ଏପରି କହିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ତାଙ୍କ ସମର୍ଥକଙ୍କ ସହ ଖାଚାରିଆ ଏକ ଘୋଡା କାର୍ଟରେ ପହଞ୍ଚିଥିଲେ। ସେ କହିଛନ୍ତି, “ଦେଶର ପରିସ୍ଥିତି ଠିକ ନୁହେଁ। ପ୍ରତ୍ୟେକ ଜିନିଷ ମହଙ୍ଗା ହେବାରେ ଲାଗିଛି ।
ଏହାପୂର୍ବରୁ ବିଜେପି ସରକାର ଗ୍ୟାସ ସିଲିଣ୍ଡର ଉପରେ ୧୦୦-୧୫୦ ଟଙ୍କା ଏବଂ ପେଟ୍ରୋଲ ଏବଂ ଡିଜେଲରେ ୭-୮ ଟଙ୍କା ହ୍ରାସ କରିଥିଲେ । ଯେର୍ପ୍ୟନ୍ତ ନିର୍ବାଚନ ଚାଲିଥିଲା ଲୋକମାନଙ୍କୁ ବିଜେପି ମୁର୍ଖ ବନାଇଥିଲା । ଏବଂ ନିର୍ବାଚନ ଜିତିଯାଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଜିନିଷର ଦାମ ବଢ଼ିବାରେ ଲାଗିଛି । ଏହା ସହ ଯଦି ମୁଦ୍ରାସ୍ଫୀତି ଏହିପରି ବୃଦ୍ଧି ପାଉଛି, ତେବେ ଲୋକମାନେ ମୋଟରସାଇକେଲ ଏବଂ କାର ବ୍ୟବହାର ବନ୍ଦ କରିବେ। ବିଜେପିର ଅଭିଯୋଗ କରି ସେ କହିଛନ୍ତି ଯେ ବିଜେପି ନେତାମାନେ ମିଥ୍ୟା ଓ ପ୍ରତାରଣା କରୁଛନ୍ତି। ସେ ଦେଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ନିର୍ବାଚନ ପରେ ସରକାର ଇନ୍ଧନ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି କରିବା ଆରମ୍ଭ କରିଛନ୍ତି। କଂଗ୍ରେସ ମରିଯିବ କିନ୍ତୁ ଦେଶ ଉପରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବ ନାହିଁ ବୋଲି କଂଗ୍ରେସ ନେତା ପ୍ରତାପ ସିଂ ଖାଚରିଆବାସ କହିଛନ୍ତି । ତାଙ୍କର ଏହି ବିବୃତ୍ତିଟି ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।